ନ୍ୟୁଜରୁମ୍ : ସକାଳର ଖବର

୧.ଡିସେମ୍ବର ଦ୍ୱିତୀୟ ସପ୍ତାହ ପରେ କୋରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା, ଅଧିକ ସତର୍କ ରହିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ, ଦୀପାବଳି କଟକଣା ତଦାରଖ କରିବେ ପର୍ଯ୍ୟବେକ୍ଷକ

୨.ଶ୍ରୀକ୍ଷେତ୍ରକୁ ସ୍ୱଚ୍ଛ ରଖିବା ପାଇଁ ପ୍ରୟାସ, ବ୍ୟବହୃତ ପୂଜାସାମଗ୍ରୀ ସଂଗ୍ରହ ପାଇଁ ସହରରେ ସାହି ସାହି ବୁଲିବ କୈବଲ୍ୟ ରଥ

୩.ଶ୍ରୀମନ୍ଦିରରେ ମରାମତି ପାଇଁ ଏଏସଆଇ ବିଶେଷଜ୍ଞ ଦଳର ଅନୁଧ୍ୟାନ,ବାଇଶି ପାହାଚ ଓ ଲକ୍ଷ୍ମୀ ମନ୍ଦିର ଯାଂଚ

୪.ଆସନ୍ତା ୨୦ରୁ ବିଧାନସଭାର ଶୀତକାଳୀନ ଅଧିବେଶନ, ପ୍ରଥମ ଦିନରେ ଉପସ୍ଥାପନ ହେବ ଅତିରିକ୍ତ ବଜେଟ୍

୫.ସ୍ୱାଭିମାନ ଅଂଚଳରେ ମିଳିତ କମ୍ବିଂ ଅପରେସନ, ଜବତ ହେଲା ମାଓ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର

୬.ନାଚିକା ଲିଙ୍ଗାଙ୍କୁ ମିଳିଲା ସର୍ତମୂଳକ ଜାମିନ

୭.ଏକାମ୍ରକାନନକୁ ଅଧିକ ବିକଶିତ କରିବେ ରାଜ୍ୟ ସରକାର

୮.ଚଳିତ ମାସରେ ସ୍କୁଲ୍ ଖୋଲିବା ନେଇ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା, ପାଠ୍ୟକ୍ରମ ଆଉ ହ୍ରାସ ହେବ ନାହିଁ

Comments are closed.