‘ଆମକୁ କେହି ଭାଙ୍ଗି ପାରିବେ ନାହିଁ’, ୟୁରୋପୀୟ ସଂଘର ସ୍ବତନ୍ତ୍ର ଅଧିବେଶନକୁ ୟୁକ୍ରେନ ରାଷ୍ଟ୍ରପତିଙ୍କ ଭାବପ୍ରବଣ ସମ୍ବୋଧନ

କିଭ୍: ୟୁରୋପୀୟ ସଂଘର ଏକ ସ୍ଵତନ୍ତ୍ର ଅଧିବେଶନକୁ ସମ୍ବୋଧିତ କରି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେଂସ୍କି କହିଛନ୍ତି ଯେ ତାଙ୍କ ଦେଶରେ ଯାହା ଘଟୁଛି ତାହା ଦୁଃଖଦ ଘଟଣା। ଜେଲେଂସ୍କି କହିଛନ୍ତି – ଆମକୁ କେହି ଭାଙ୍ଗି ପାରିବେ ନାହିଁ, କାରଣ ଆମେ ୟୁକ୍ରେନୀୟ |

ସେ କହିଛନ୍ତି ଯେ ୟୁକ୍ରେନର ଲୋକମାନେ ସେମାନଙ୍କର ମାଟି, ସ୍ୱାଧୀନତା ଏବଂ ଜୀବନ ପାଇଁ ଲଢ଼େଇ କରୁଛନ୍ତି। ଯେତେବେଳେ ଜେଲେଂସ୍କି ଭିଡିଓ କନଫରେନ୍ସ ଜରିଆରେ ୟୁରୋପୀୟ ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଯୋଗ ଦେଇଥିଲେ, ସଦସ୍ୟମାନେ ତାଙ୍କୁ ଛିଡ଼ା ହୋଇ ଅଭିବାଦନ ଜଣାଇଥିଲେ | ଏକ ଭାବପ୍ରବଣ ମୁହୂର୍ତ୍ତ ମଧ୍ୟରେ ଜେଲଂସ୍କି କହିଛନ୍ତି ଯେ ରୁଷ ୟୁକ୍ରେନର ପିଲାମାନଙ୍କୁ ମଧ୍ୟ ଟାର୍ଗେଟ କରୁଛି। ଗତକାଲି ୧୬ ଜଣ ଶିଶୁଙ୍କୁ ହତ୍ୟା କରାଯାଇଥିବା ସେ ଅଭିଯୋଗ କରିଛନ୍ତି।

ଏହି ଘଡ଼ିସନ୍ଧି ସମୟରେ ୟୁକ୍ରେନ ସହ ୟୁରୋପୀୟ ସଂସଦକୁ ନିବେଦନ କରିଛନ୍ତି। ଜେଲେଂସ୍କି କହିଛନ୍ତି- ପ୍ରମାଣ କର ଯେ ତୁମେ ୟୁକ୍ରେନକୁ ଛାଡିବ ନାହିଁ | ପ୍ରମାଣ କର ଯେ ତୁମେ ଜଣେ ପ୍ରକୃତ ଇଉରୋପୀୟ | ସେ କହିଛନ୍ତି- ଆମେ ୟୁରୋପକୁ ଏକଜୁଟ କରିଛୁ, କିନ୍ତୁ ମୁଁ ଚାହେଁ ନାହିଁ ଯେ ଏପରି ମୂଲ୍ୟ ଦେଇ ଆମେ ଏକ ହେବୁ। ୟୁରୋପୀୟ ସଂସଦର ସଦସ୍ୟମାନେ ଠିଆ ହୋଇ ଜେଲେନସ୍କିଙ୍କୁ ପ୍ରଶଂସା କରିଥିଲେ। ଅନେକ ସଦସ୍ୟ ୟୁକ୍ରେନର ପତାକା ସହିତ ଟି-ସାର୍ଟ ପିନ୍ଧିଥିଲେ |

Comments are closed.