ବିଶିଷ୍ଟ କଳା ନିର୍ଦ୍ଦେଶକ ନିତିନ ଦେଶାଇଙ୍କ ଆତ୍ମହତ୍ୟା

ମୁମ୍ବାଇ: ବିଶିଷ୍ଟ କଳା ନିର୍ଦ୍ଦେଶକ ନିତିନ ଦେଶାଇ ଆତ୍ମହତ୍ୟା କରିଛନ୍ତି। ତାଙ୍କୁ ୫୮ ବର୍ଷ ହୋଇଥିଲା । ମୁମ୍ବାଇ ନିକଟ କରଜତ ସ୍ଥିତ ତାଙ୍କ ଏନଡି ଷ୍ଟୁଡିଓରେ ଦେଶାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସେ ଅଧିକାଂଶ ସମୟ ଏହି ଷ୍ଟୁଡିଓରେ କଟାଉଥିଲେ | ତାଙ୍କ ଆତ୍ମହତ୍ୟାର କାରଣ ଜଣାପଡ଼ି ନାହିଁ।

ଦେଶାଇ ହମ୍ ଦିଲ୍ ଦେ ଚୁକେ ସନମ, ଲଗାନ, ଦେବଦାସ, ଯୋଦ୍ଧା ଆକବର ଏବଂ ପ୍ରେମ ରତନ ଧନ ପାୟୋ ଭଳି ଚଳଚ୍ଚିତ୍ରର ସେଟ୍ ଡିଜାଇନ୍ କରିଥିଲେ। ଶ୍ରେଷ୍ଠ କଳା ନିର୍ଦ୍ଦେଶନା ପାଇଁ ସେ ଚାରିଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି | ଶେଷ ଥର ପାଇଁ ସେ ‘ପାନିପତ୍’ ଫିଲ୍ମ ପାଇଁ କାମ କରିଥିଲେ।

ନିତିନ ଦେଶାଇ ୧୯୮୭ ରେ ଟିଭି ସୋ ‘ତମସ୍’ରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ |

ଦେଶାଇଙ୍କ ଏନଡି ଷ୍ଟୁଡିଓରେ ପ୍ରଥମେ ଆମୀର ଖାନଙ୍କ ଫିଲ୍ମ ‘ମଙ୍ଗଳ ପାଣ୍ଡେ – ଦି ରାଇଜିଂ’ର ସୁଟିଂ ହୋଇଥିଲା। ଏହାପରେ ଏଠାରେ ମଧୁର ଭଣ୍ଡାରକରଙ୍କ ‘ଟ୍ରାଫିକ ସିଗ୍ନାଲ’ ଏବଂ ଆଶୁତୋଷ ଗୋୱାରିକରଙ୍କ ‘ଯୋଦ୍ଧା ଆକବର’ର ସୁଟିଂ କରାଯାଇଥିଲା।

ନିକଟରେ ଏକ ବିଜ୍ଞାପନ ଏଜେନ୍ସି ଦେଶାଇଙ୍କ ବିରୋଧରେ ୫୨ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ଆଣିଥିଲା। ତିନି ମାସ ଧରି କାମ ସତ୍ତ୍ୱେ ଦେଶାଇ ଟଙ୍କା ଦେଇନାହାଁନ୍ତି ବୋଲି ଏଜେନ୍ସି କହିଥିଲା । ତେବେ ନିତିନ ଦେଶାଇ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ ।

Comments are closed.