ଗଭୀର ଅବପାତ ପ୍ରଭାବରେ ପ୍ରବଳ ଛେଚିଲା, ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୩୯୦.୬ ମିମି ବର୍ଷା , ୧୩ଟି ଜିଲ୍ଲାରେ ସ୍କୁଲ ଛୁଟି

ଭୁବନେଶ୍ୱର – ଗଭୀର ଅବପାତର ପ୍ରଭାବରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ବୌଦ୍ଧରେ ସର୍ବାଧିକ ୩୯୦.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ୨୦ଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଥିବା ବେଳେ ୫୦ଟି ସ୍ଥାନରେ ଅତିପ୍ରବଳ ଓ ୬୧ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି।

ଗତ ୨୪ ଘଣ୍ଟାରେ ସୋନପୁରରେ ୨୧୩.୬ ମିଲିମିଟର, ଫୁଲବାଣୀରେ ୨୦୫.୬ ମିମି, ବଲାଙ୍ଗିରରେ ୧୭୩ ମିମି, କେନ୍ଦୁଝରରେ ୧୫୦.୨ ମିମି, ଅନୁଗୁଳରେ ୧୫୦ ମିମି, ତାଳଚେରରେ ୧୪୭ ମିମି ବର୍ଷା ରେକର୍ଡ କରାଯାଇଛି।
ଏଣେ ଲଗାଣ ବର୍ଷା ପାଇଁ ଆଜି ୧୩ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। କେନ୍ଦୁଝର, ବଲାଙ୍ଗିର, ନୂଆପଡ଼ା, ବାଲେଶ୍ୱର, କଳାହାଣ୍ଡି, ସୁବର୍ଣ୍ଣପୁର, ସମ୍ବଲପୁର, ନୟାଗଡ଼, ଢେଙ୍କାନାଳ, ମୟୂରଭଞ୍ଜ, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଜିଲ୍ଲାରେ ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରାଯାଇଛି।

Comments are closed.