ସାରା ବିଶ୍ବରେ ପୁଣି ଊର୍ଦ୍ଧ୍ବମୁହାଁ କରୋନା ମାମଲା, ମାସକ ମଧ୍ୟରେ ୫୨ ପ୍ରତିଶତ ବଢ଼ିଛି ସଂକ୍ରମଣ

ନୂଆଦିଲ୍ଲୀ: ନୂଆ ଜେଏନ୍.୧ ଭାରିଆଣ୍ଟ୍ ଯୋଗୁଁ ସାରା ବିଶ୍ୱରେ ପୁଣି ବଢ଼ିବାରେ ଲାଗିଛି କରୋନା ମାମଲା । ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ) ସୂଚନା ଅନୁଯାୟୀ, ଗତ ଏକ ମାସ ମଧ୍ୟରେ ନୂଆ କୋଭିଡ୍ ମାମଲାରେ ୫୨ ପ୍ରତିଶତ ବୃଦ୍ଧି ଘଟିଛି । ଗତ ମାସକ ମଧ୍ୟରେ ୮ ଲକ୍ଷ ୫୦ ହଜାରରୁ ଅଧିକ କରୋନା ମାମଲା ରିପୋର୍ଟ ହୋଇଛି।

ଡବ୍ଲୁଏଚ୍ଓ କହିଛି ଯେ, ଗତ ୨୮ ଦିନ ମଧ୍ୟରେ ୩୦୦୦ରୁ ଅଧିକ କରୋନା ଜନିତ ମୃତ୍ୟୁ ରିପୋର୍ଟ ହୋଇଛି। ତେବେ ଏହି ସମୟ ମଧ୍ୟରେ ନୂଆ ମୃତ୍ୟୁ ସଂଖ୍ୟା ୮ ପ୍ରତିଶତ ହ୍ରାସ ପାଇଛି।

କରୋନାର ନୂଆ ଜେଏନ୍.୧ ଭାରିଆଣ୍ଟ୍ ମାମଲା ମଧ୍ୟ ବଢୁଛି | ତେବେ ଏହି ନୂଆ ଭାରିଆଣ୍ଟ୍ ସେଭଳି ବିପଜ୍ଜନକ ନୁହେଁ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଥିଲେ ମଧ୍ୟ ସଂକ୍ରମଣ ରୋକିବା ପାଇଁ ଆବଶ୍ୟକ ପ୍ରତିଷେଧ ମୂଳକ ପଦକ୍ଷେପ ନେବାକୁ ଲୋକଙ୍କୁ ପରାମର୍ଶ ଦେଇଛି | ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ମାସ୍କ ପିନ୍ଧିବା ଜରୁରୀ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ।

Comments are closed.