ଭିଜିଲାନ୍ସ ଜାଲରେ ପୁଇଁତଳା ବ୍ଲକ୍ କିରାଣୀ

ଭୁବନେଶ୍ୱର- ଭିଜିଲାନ୍ସ ଜାଲରେ ଆଉ ଜଣେ ଦୁର୍ନୀତିଗ୍ରସ୍ତ କର୍ମଚାରୀ । ବଲାଙ୍ଗୀର ପୁଇଁତଳା ବ୍ଲକର ବରିଷ୍ଠ କିରାଣୀ ରବୀନ୍ଦ୍ର ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ହୋଇଛି ଭିଜିଲାନ୍ସ ଚଢାଉ । କିରାଣୀଙ୍କ ବଲାଙ୍ଗିର ସାଗରପଡା ସ୍ଥିତ ଘର ସମେତ ୫ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ । ତୁଷୁରାରେ ଥିବା ପୈତୃକ ଘର ସହ ଭଡାରେ ଦେଇଥିବା ଘର, ବଲାଙ୍ଗୀର ପୁଇଁତଳା ଅଫିସ, ତାଙ୍କ ସ୍ତ୍ରୀଙ୍କ ନାମରେ ଥିବା ଏକ ଘରେ ଭିିଜିଲାନ୍ସ ଚଢାଉ ହୋଇଛି ।

Comments are closed.