ସୁନ୍ଦରଗଡରେ ବିଭିନ୍ନ ପ୍ରକଳ୍ପ ଓ ଏନଟିପିସି ମେଡିକାଲ ପରିଦର୍ଶନ କଲେ କଲେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ

ସୁନ୍ଦରଗଡ- ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ୫-ଟି ସଚିବ ଭି.କେ ପାଣ୍ଡିଆନ ସୁନ୍ଦରଗଡ ଗସ୍ତ କରି ବିଭିନ୍ନ ମେଗା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି । ମୁଖ୍ୟ ସଚିବ ଓ ୫-ଟି ସଚିବଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା, ଏନଏଚଆରଏମ୍ ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ନିର୍ମାଣାଧିନ ପ୍ରକଳ୍ପ ସ୍ଥଳ ଓ ଏନଟିପିସି ମେଡିକାଲ ପରିଦର୍ଶନ କରିଛନ୍ତି । ସେମାନେ କୁଣ୍ଡ୍ରୁକେଲା ଗ୍ରୀଡ୍ ସବ୍‌ଷ୍ଟେସନ, ଭେଡାବାହାଲ କୋଲ୍ କରିଡର, ଭବାନୀପୁର ଅଙ୍ଗନବାଡି କେନ୍ଦ୍ର, କିଂଜିର୍ମା ସରକାରୀ ଉଚ୍ଚ ବିଦ୍ୟାଳୟ, ଏନଟିିପିସି ମେଡିକାଲ କଲେଜ ଓ ହସପିଟାଲ ପରିଦର୍ଶନ କରିଥିଲେ ।

Comments are closed.