ଆମ ଶରୀର ଚର୍ଚ୍ଚା ( ଯୋଗ )

ପଞ୍ଚ ମହାଭୂତର ମୌଳିକ ଉପାଦାନ ପୃଥିବୀ, ଜଳ, ଅଗ୍ନି, ବାୟୁ ଓ ଆକାଶକୁ ନେଇ ଆମର ଏ ଶରୀର ଗଠିତ ହୋଇଛି। ମନୁଷ୍ୟର ପାଞ୍ଚୋଟି ସ୍ପର୍ଶ ଇନ୍ଦ୍ରିୟ ଯଥା ଚକ୍ଷୁ, କର୍ଣ୍ଣ, ନାସା, ଜିହ୍ୱା ଏବଂ କାର୍ଯ୍ୟ କରୁଥିବା ପାଞ୍ଚୋଟି ଇନ୍ଦ୍ରିୟ ଯଥା ମୁଖ, ପାଦ, ହାତ, ମଳଦ୍ୱାର ଓ ପ୍ରଜନନ ଅଙ୍ଗ ବ୍ୟତୀତ ଅନେକ ସ୍ନାୟୁଗ୍ରନ୍ଥି, ତନ୍ତୁ, ଜୀବକୋଷ, ମାଂସପେଶୀ ବିଭାଗ ରହିଛି। ଏ ସମସ୍ତ ମଣିଷର ମସ୍ତିଷ୍କ ଦ୍ୱାରା ପରିଚାଳିତ।

ଶରୀରର କେତେଗୋଟି ମୁଖ୍ୟଅଙ୍ଗ ଏବଂ ଏଥିରେ ସୃଷ୍ଟି ହେଉଥିବା ରୋଗ ଓ ତାର କାର୍ଯ୍ୟ ସମ୍ପର୍କରେ ସମ୍ୟକ ଆଲୋଚନା କରିବା। ମଣିଷର ସମ୍ପୂର୍ଣ୍ଣ ଶରୀରଟି କେତେଗୋଟି ହାଡ଼ର ସମାହାରରେ ଗଠିତ ଯାହାକୁ ଆମେ କଙ୍କାଳ ( Skelton ) କହିଥାଉ। ଏହି କଙ୍କାଳ ବା ( Skelton ) ର ବିଭିନ୍ନ ଅଂଶ ଗୁଡିକ ହେଉଛି- (୧) ଖପୁରୀ ( Skull)

(୨) ମେରୁଦଣ୍ଡ ( Back bone or Spine )

(୩) ପଞ୍ଜରା ଓ ଛାତିହାଡ଼ ( Ribs & Breast bone)

(୪) ଉର୍ଦ୍ଧାଙ୍ଗ ( Upper Limbs )

(୫) ନିମ୍ନଙ୍ଗ ( Lower Limbs )

(୬) ବସ୍ତି ବା ପିଚା ( Relvies )

କଙ୍କାଳରେ ଥିବା ସମସ୍ତ ହାଡ଼ଗୁଡିକ ଉପସ୍ଥି ( Cartilage ) ବିଶିଷ୍ଟ ବନ୍ଧନୀ ( Ligaments ) ଓ ମାଂସପେଶୀ ଦ୍ୱାରା ପରସ୍ପର ସହିତ ବାନ୍ଧିହୋଇ ରହିଛନ୍ତି। କଙ୍କାଳ ହେଉଛି ପୁରା ଶରୀରର ମୂଳଦୁଆ। ଏହା ଶରୀରକୁ ଦୃଢ ରଖିବା ସହିତ ମଣିଷକୁ ଏକ ନିର୍ଦିଷ୍ଟ ଆକୃତି ପ୍ରଦାନ କରିଥାଏ। ତାଳୁ, ଛାତି, ପେଟ ମଧ୍ୟରେ ଥିବା ଅନ୍ୟ ଅଙ୍ଗ ଗୁଡିକୁ ଏହା ରକ୍ଷାକରେ। ସର୍ବୋପରି ମାଂସପେଶୀକୁ ଧରି ରଖିଥାଏ।

ମଣିଷ ଖପୁରୀରେ ୨୨ ଖଣ୍ଡ, ମେରୁଦଣ୍ଡରେ ୩୩ ଖଣ୍ଡ, ପଞ୍ଜରା ଓ ଛାତିରେ ୧୨ ଯୋଡ଼ା, କଚଟିରେ ୮ ଖଣ୍ଡ, ପାପୁଲିରେ ୫ ଖଣ୍ଡ, ବସ୍ତି ବା ପିଚା ରେ ୨ ଖଣ୍ଡ ଏବଂ ପାଦରେ ୧୪ ଖଣ୍ଡ ହାଡ଼ ରହିଛି। କୌଣସି ଆଘାତ ଯୋଗୁଁ ଯଦି ଏହାର ସ୍ଥାନଚ୍ୟୁତ ହୁଏ, ତେବେ ମେରୁଦଣ୍ଡ ସ୍ନାୟୁ ଚାପି ହୋଇଯିବା କିମ୍ବା କଟିଯିବା ଦ୍ୱାରା ପକ୍ଷାଘାତ ହୋଇଥାଏ।

Comments are closed.