ଗୀତା ମହାତ୍ମ୍ୟ: ଅତ୍ର ଶୁରା ମହେଶ୍ବାସ ଭୀମାର୍ଜୁନ ସମା ଯୁଧି। ଯୁଯୁଧାନୋ ବିରାଟଶ୍ଚ ଦ୍ରୁପଦଶ୍ଚ ମହାରଥା ।।

ଅତ୍ର ଶୁରା ମହେଶ୍ବାସ ଭୀମାର୍ଜୁନ ସମା ଯୁଧି।
ଯୁଯୁଧାନୋ ବିରାଟଶ୍ଚ ଦ୍ରୁପଦଶ୍ଚ ମହାରଥା ।।

ଏଠାରେ ଏ ସୈନ୍ୟବାହିନୀରେ ଭୀମ ଓ ଅର୍ଜ୍ଜୁନଙ୍କ ତୁଲ୍ୟ ଅନେକ ଧନୁର୍ଦ୍ଧର ବୀର ଅଛନ୍ତି। ପୁନଶ୍ଚ ଯୁଯୁଧାନୋ, ବିରାଟ ଏବଂ ଦ୍ରୁପଦ ଙ୍କ ପରି ଅନେକ ବିଶିଷ୍ଟ ଯୋଦ୍ଧା ଅଛନ୍ତି।
(ଗୀତା ୧ମ ଅ-୪ୟ ଶ୍ଳୋକ)

ଦ୍ରୋଣଚର୍ଯ୍ୟଙ୍କୁ ଯୁଦ୍ଧ କୌଶଳ ଭଲ ଭାବରେ ଜଣାଥିଲା। ଦ୍ରୋଣଚର୍ଯ୍ୟଙ୍କ ଯୁଦ୍ଧକୌଶଳ ଆଗରେ ଧୃଷ୍ଟଦ୍ୟୁମ୍ନ ଯଦିଓ କିଛି ବଡ଼ ପ୍ରତିଦ୍ୱନ୍ଦୀ ନ ଥିଲେ; ତଥାପି ଅନେକ ବୀର ଯୋଦ୍ଧା ଥିଲେ, ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଭୀମ ଓ ଅର୍ଜ୍ଜୁନଙ୍କ ତୁଲ୍ୟ ଅତ୍ୟନ୍ତ ଭୟଙ୍କର ଥିଲେ। ଏକଥା ଦ୍ରୋଣଚର୍ଯ୍ୟଙ୍କ ଆଗରେ ଦୁର୍ଯୋଧନ ପ୍ରକାଶ କଲେ।

Comments are closed.