ହିମାଚଳ ପ୍ରଦେଶରେ ପୁଣି ଭୂସ୍ଖଳନ, ଅନେକ ଗାଡି ଓ ଯାତ୍ରୀ ଦବି ରହିଥିବା ଆଶଙ୍କା

ସିମଲା: ହିମାଚଳ ପ୍ରଦେଶର କିନୌରରେ ପୁଣି ଥରେ ଭୟାବହ ଭୂସ୍ଖଳନ ଘଟିଛି। କିନୌରରରୁ ହରିଦ୍ୱାରକୁ ଯାଉଥିବା ଜାତୀୟ ରାଜପଥ-୫ରେ ନିଗୁଲସେରି ଅଞ୍ଚଳରେ ବସ୍ ଏବଂ ଅନେକ ଗାଡି ଉପରେ ବଡ଼ ବଡ଼ ପଥର ଖଣ୍ଡ ଖସିପଡିଛି। ସୂଚନା ଅନୁଯାୟୀ ୪୦ ରୁ ଅଧିକ ଯାତ୍ରୀ ମାଟି ଅତଡ଼ା ତଳେ ଦବି ରହିଛନ୍ତି। ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ପ୍ରଶାସନ, ପୋଲିସ ଏବଂ ଏନଡିଆରଏଫ ଟିମ୍ ନିୟୋଜିତ ଅଛନ୍ତି। ତେବେ ଉକ୍ତ ଅଞ୍ଚଳରେ ଏବେ ବି ପାହାଡ଼ରୁ ପଥର ଖଣ୍ଡ ଖସୁଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି । ମାଟି ତଳେ ଦବି ରହିଥିବା ବସ୍ ହରିୟାଣା ରୋଡ୍ ଟ୍ରାନ୍ସପୋର୍ଟର ଏବଂ ଏହା ମୋରାଙ୍ଗରୁ ହରିଦ୍ୱାରକୁ ଯାଉଥିଲା ବୋଲି ଜଣାପଡିଛି ।

୨୫ ଜୁଲାଇରେ କିନୌରରେ ଘଟିଥିବା ଭୂସ୍ଖଳନ ପରେ ପାହାଡରୁ ପଥର ଆସି ବାସ୍ପା ନଦୀର ସେତୁ ଭାଙ୍ଗି ଯାଇଥିଲା। ଏହି ଦୁର୍ଘଟଣାରେ ୯ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା।

Comments are closed.