ବିଦ୍ୟୁତ୍ ନେଲା ୨ ଶ୍ରମିକଙ୍କ ଜୀବନ

କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ୍ ସୁନ୍ଦୁରିଆପଡା ଗ୍ରାମରେ ବିଦ୍ୟୁତ୍ ଆଘାତରେ ଜଣେ ମହିଳା ଓ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଆଉ ଜଣେ ଶ୍ରମିକ ଗୁରୁତର ହୋଇ ଆସିକା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବୁଧବାର ମଧ୍ୟାହ୍ନରେ ଏହି ଅଘଟଣ ଘଟିଛି। ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଛନ୍ତି ଗୋପାଳ ବେହେରା (୨୬) ଏବଂ ଝୁନୁ ଗୌଡ଼ (୫୦)। ଗୋପାଳଙ୍କ ଘର ଆଠଗଡ଼ ଗ୍ରାମ ଓ ସେ ଜଣେ ମିସ୍ତ୍ରୀ ଅଟନ୍ତି। ଏକ ଘରର ଲୁହା ଗେଟ୍ କାମ ବେଳେ ଘରକୁ ଆସିଥିବା ବିଦ୍ୟୁତ୍ ତାର ବାଜି ଶକ୍ତ ଆଘାତ ପାଇଥିଲେ। ସେମାନଙ୍କୁ ଆସିକା ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ଗୋପାଳ ଓ ଝୁନୁଙ୍କୁ ମୃତ ଘୋଷଣା କରିଛନ୍ତି।

Comments are closed.