ଡୁଆଝର ଆପନା ଢ଼ାବା ମାଳିକାଣୀଙ୍କୁ ଗୁଳି କରି ହତ୍ୟା ଘଟଣା: ଜ୍ବାଇଁ, ବଡ଼ ଭାଇ ସହ ଦୁଇ ସୁପାରୀ କିଲର ଗିରଫ

ନୂଆପଡା : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଡୁଆଝର ସ୍ଥିତି ଆପନା ଢ଼ାବା ମାଳିକାଣୀ ବାସନ୍ତି ମେହେର ହତ୍ୟା ଘଟଣାର ପୁଲିସ ପର୍ଦ୍ଦାଫାସ କରିଛି । ପରିବାରିକ ବିବାଦକୁ ନେଇ ଢ଼ାବା ମଳିକାଣୀଙ୍କୁ ହତ୍ୟାକାଣ୍ଡ ଘଟିଥିଲା । ଏଥିରେ ତାଙ୍କ ଜ୍ବାଇଁ ଏବଂ ତାଙ୍କ ବଡ଼ ଭାଇ ସହ ଦୁଇ ଜଣ ସାର୍ପ ସୁଟର ସାମିଲ ରହିଥିବା ପୋଲିସ ପକ୍ଷରୁ ପ୍ରକାଶ। ଆଜି ଖଡ଼ିଆଳ ଥାନା କାର୍ଯ୍ୟାଳୟ ପରିସରରେ ଆହୁତ ସାମ୍ବାଦିକ ସମ୍ମିଳନୀରେ ନୂଆପଡା ପୋଲିସ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର ଏକ ସୂଚନା ଦେଇଛନ୍ତି। ଏହି ଘଟଣା ନେଇ ଖଡ଼ିଆଳ ଥାନାରେ କେଶ ନଂମ୍ବର ୨୭୧ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ କରିଛନ୍ତି।

ଗତ ମାସେ ତଳେ ବାସନ୍ତି ମେହେରଙ୍କୁ ହତ୍ୟା କରିବା ନେଇ ତାଙ୍କ ଜ୍ବାଇଁ ଏବଂ ତାଙ୍କ ବଡ଼ ଭାଇ ମିଳିତ ଯୋଜନା କରିଥିଲେ । ସେମାନେ ବୁର୍ଲା ଅଞ୍ଚଳରୁ ଦୁଇ ଗୋଟି ସାର୍ପ ସୁଟରକୁ ନିଯୁକ୍ତି କରିଥିଲେ । ଢ଼ାବା ମଳିକାଣୀଙ୍କୁ ହତ୍ୟା କରିବା ପାଇଁ ଉଭୟଙ୍କ ମଧ୍ୟରେ ୬ ଲକ୍ଷ ଟଙ୍କାରେ ଚୁକ୍ତି ହୋଇଥିବା ବେଳେ ପୂର୍ବରୁ ୨ ଲକ୍ଷ ଟଙ୍କା ଅଗ୍ରୀମ ଦେଇଥିଲେ । ହତ୍ୟା ପରେ ବକେୟା ୪ ଲକ୍ଷ ଟଙ୍କା ଦେବାକୁ ଡିଲ ହୋଇଥିଲା । ଗତ ଜୁଲାଇ ୩୧ ତାରିଖ ରାତିରେ ଯୋଜନା ମୁତାବକ ଦୁଇ ସୁଟର ବାଇକରେ ଏକ ଦେଶୀ ବନ୍ଧୁକ ଧରି ଡୁଆଝର ଆପନା ଢ଼ାବାରେ ଖାଦ୍ୟ ମାଗିବାକୁ ଯାଇଥିଲେ । ହେଲେ ଖାଦ୍ୟ ନଦେବାରୁ ଢ଼ାବା ସମ୍ମୁଖରେ ଢ଼ାବା ମଳିକାଣୀଙ୍କୁ ସୁଟ କରି ଘଟଣା ସ୍ଥଳରୁ ଫେରାର ହୋଇଥିଲେ। ଖଡ଼ିଆଳ ଉପ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅଵସ୍ଥାରର ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ୪ ଜଣଙ୍କୁ ଗିରିଫ କରିଥିବା ବେଳେ ,୯୦ ହଜାର ଟଙ୍କା ନଗଦ, ୪ ଗୋଟି ମୋବାଇଳ, ଦୁଇ ଗୋଟି ବାଇକକୁ ପୁଲୁସ ଜବତ କରିଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଖଡ଼ିଆଳ ଏସଡିପିଓ ସନ୍ତକ ଜେନା, ଆଇଆଇସି କୈଳାଶ ଚନ୍ଦ୍ର ସେଠି ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.