ଅଗଷ୍ଟ ୧୫ ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାରେ ଆରଟିପିସିଆର୍ ଲାବ୍‌

ଭୁବନେଶ୍ୱର- ଅଗଷ୍ଟ ୧୫ ତାରିଖ ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାରେ କାର୍ଯ୍ୟକ୍ଷମ ହେବ ଆରଟିପିସିଆର୍ ଲାବ୍ । ବର୍ତ୍ତମାନ ରାଜ୍ୟର ୧୪ଟି ଜିଲ୍ଲାରେ ଆରଟିପିସିଆର୍ ଲ୍ୟାବ ରହିଛି । ବାକି ୧୬ଟି ଜିଲ୍ଲାରେ ଲ୍ୟାବ ସ୍ଥାପନ ପାଇଁ ଟେଣ୍ଡର ଦିଆସରିଛି । ଅଗଷ୍ଟ ୧୫ ପୂର୍ବରୁ ସବୁ ଲ୍ୟାବ ଚାଲୁ କରିବାକୁ ଯୋଜନା ରହିଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି ।

ରାଜ୍ୟରେ କୋରୋନା ସଂକ୍ରମଣ କମିବାରେ ଲାଗିଛି । ଯେଉଁ ଜିଲ୍ଲାରେ ଆଗରୁ ଅଧିକ ସଂକ୍ରମିତ ବାହାରୁଥିଲେ, ଏବେ ସେହି ସଂଖ୍ୟା ଯଥେଷ୍ଟ ହ୍ରାସ ପାଇବାରେ ଲାଗିଛି । ଆତଙ୍କିତ ଅବସ୍ଥା ନାହିଁ ବୋଲି ସେ ସୂଚନା ଦେଇଛନ୍ତି । ବର୍ତ୍ତମାନ ଜିନମ ସିକ୍ୱେନସିଂ କାମ ଚାଲିଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Comments are closed.