ରାଜଧାନୀରେ ଟିକାକରଣ ୨୦ ଲକ୍ଷ ଟପିଲା

ଭୁବନେଶ୍ୱର – କୋଭିଟ ଟିକାକରଣ ଅଭିଯାନରେ ଆଉ ଏକ ମାଇଲଖୁଣ୍ଟଅତିକ୍ରମ କରିଛି ଭୁବନେଶ୍ୱର । ଭୁବନେଶ୍ୱରରେ ୨୦ ଲକ୍ଷ ଟିକାକରଣ ହୋଇସାରିଲାଣି । ଅଗଷ୍ଟ ୧୨ ତାରିଖ ରାତି ୯ଟା ସୁଦ୍ଧା ୨୦ ଲକ୍ଷ ୪ ହଜାର ୪୨୮ ଡୋଜ୍ ଟିକା ଦିଆଯାଇଛି । ୧୧ ଲକ୍ଷ ୧୯ ହଜାର ୬୨୮ ଜଣଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଥିବା ବେଳେ ୮ ଲକ୍ଷ ୮୪ ହଜାର ୯୪୬ ଜଣ ଦୁଇଟି ଡୋଜେ ଟିକା ନେଇସାରିଛନ୍ତି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Comments are closed.