ସମ୍ଭାବ୍ୟ ତୃତୀୟ ଲହରୀ ପାଇଁ ପ୍ରସ୍ତୁତି : ହସପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ଶିଶୁଙ୍କ ହେବ ଆରଟିପିସିଆର ଟେଷ୍ଟ

ଭୁବନେଶ୍ୱର –ରାଜ୍ୟରେ କୋରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଗୁୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ହସପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ସବୁ ଶିଶୁଙ୍କର ଆରଟିପିସିଆର୍ ପରୀକ୍ଷା କରାଯିବ । ଶିଶୁ ୱାର୍ଡରେ ଆଡମିଶନ ହେବା ପୂର୍ବରୁ ଶିଶୁମାନଙ୍କ ପରୀକ୍ଷାକୁ ସୁନିଶ୍ଚିତ କରାଯିବ । ରାଜ୍ୟସ୍ତରୀୟ ଶିଶୁ କୋଭିଡ କେୟାର ଟାସ୍କ ଫୋର୍ସ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ ଯେ, ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ୱରେ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇଛି । ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ନେତୃତ୍ୱରେ ଟାସ୍କ ଫୋର୍ସ ଗଠନ ହେବ । ଏଥିରେ ସିଡିଏମଓ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ, ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ, ନିଶ୍ଚେତକ ବିଶେଷଜ୍ଞ ରହିବେ ।

Comments are closed.