ଶ୍ରୀମନ୍ଦିରରେ ଆଜିଠାରୁ ୨୦ ତାରିଖ ଯାଏଁ ପୁରୀବାସୀ କରିବେ ଦିଅଁ ଦର୍ଶନ

ପୁରୀ – ଆଜିଠାରୁ ଭକ୍ତଙ୍କ ଲାଗି ଖୋଲିଛି ଶ୍ରୀମନ୍ଦିର । ଏହି ମାସ ୧୨ ଓ ୧୩ ତାରିଖରେ କେବଳ ସେବାୟତଙ୍କ ପରିବାର ସଦସ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଆଜିଠାରୁ ୨୦ ତାରିଖ ଯାଏଁ ପୁରୀ ସହରର ଲୋକେ ହିଁ ମହାପ୍ରଭୁଙ୍କ ଦର୍ଶନ କରିବେ । ସକାଳ ୭ରୁ ରାତି ୮ଟା ଯାଏଁ ହିଁ ଦର୍ଶନ ଅନୁମତି ରହିଛି । ୨୧ ଓ ୨୨ ତାରିଖ ସଟଡାଉନ ଯୋଗୁଁ ଦର୍ଶନ ମନା । ତେଣୁ ୨୩ ତାରିଖରୁ ସର୍ବସାଧାରଣ ମହାପ୍ରଭୁଙ୍କ ଦର୍ଶନ କରିବେ । କୋଭିଡ କଟକଣାରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏସଓପି ଜାରି କରାଯାଇଛି ।

Comments are closed.