ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାରର ଶବ ଦାହ ପାଇଁ ଥିବା କଟକଣା ଆଜି ହଟିଲା

ପୁରୀ- ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାର ଶବ ସତ୍କାର ଉପରେ ନେଇ ଦୀର୍ଘ ଦିନ ଥିବା କଟକଣା ଆଜି ହଟିଛି । ଆଜିଠାରୁ ସ୍ୱର୍ଗଦ୍ୱାରରେ ପୁରୀ ଜିଲ୍ଲା ତଥା ଜିଲ୍ଲା ବାହାରର ଲୋକେ ଶବ ସତ୍କାର କରିପାରିବେ ।ତେବେ ଶବ ଦାହ ବେଳେ ମାତ୍ର ୧୦ ଜଣ ହିଁ ଉପସ୍ଥିତ ରହିପାରିବେ । ସେମାନଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ । କୋଭିଡ ସଂକ୍ରମଣ ଭୟାବହ ହେବାରୁ ଗତ ଏପ୍ରିଲ ୨୪ ତାରିଖରେ ସ୍ୱର୍ଗଦ୍ୱାର ଶ୍ମଶାନ ଘାଟରେ ଜିଲ୍ଲା ବାହାରର ଶବଦାହ ଉପରେ କଟକଣା ଲାଗୁ କରାଯାଇଥିଲା । ଏଥିସହ ମହୋଦଧିରେ ଅସ୍ଥି ବିସର୍ଜନକୁ ବି ବାରଣ କରାଯାଇଥିଲା ।

Comments are closed.