ଆସନ୍ତା ୨୦ରେ ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଜିଲ୍ଲା ଗସ୍ତ

ଭୁବନେଶ୍ୱର -ପ୍ରଥମ ରାଜ୍ୟ ଭାବେ ଓଡିଶା ସ୍ୱାସ୍ଥ୍ୟ କ୍ଷେତ୍ରରେ ଡିଜିଟାଲ ହେଲଥ କାର୍ଡ ଆରମ୍ଭ କରିଛି । ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଐତିହାସିକ ଘୋଷଣା କରିଛନ୍ତି । ଆସନ୍ତା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ମାଲକାନଗିରି ଜିଲ୍ଲା ଗସ୍ତ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ ଲୋକଙ୍କୁ ବାଂଟିବେ ।

ହେଲ୍‌ଥ ସ୍ମାର୍ଟ କାର୍ଡ ଦ୍ୱାରା ଓଡିଶାର ୯୬ ଲକ୍ଷ ପରିବାର ଓ ସାଢେ ୩ କୋଟି ଲୋକ ଉପକୃତ ହୋଇପାରିବେ । ପ୍ରତିବର୍ଷ ମହିଳାଙ୍କ ପାଇଁ ୧୦ ଲକ୍ଷ ଓ ପରିବାର ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ବୀମା ସହାୟତା ମିଳିବ ।

Comments are closed.