ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ କ୍ରାଇମବ୍ରାଂଚର ତଦନ୍ତ ଜୋରଦାର୍‌, ୨ ଏସିଏଫ ଓ ଦୁଇ ବନ ବିଭାଗ କର୍ମଚାରୀଙ୍କୁ ଜେରା

ପାରଳାଖେମୁଣ୍ଡି – ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ଦିଆଗଲା ପରେ ପୁଣି ତନାଘନା ଆରମ୍ଭ ହୋଇଛି । ୪ ଜଣିଆ କ୍ରାଇମବ୍ରାଂଚ ଟିମ୍ ବନ ବିଭାଗର ଦୁଇ ଏସିଏଫ ଓ ଦୁଇ କର୍ମଚାରୀଙ୍କୁ ପଚରାଉଚରା କରିଛନ୍ତି । ଜଣେ ରୋଷେୟାଙ୍କୁ ବି ଜେରା କରାଯାଇଛି । ପାରଳାଖେମୁଣ୍ଡି ପୋଲିସ ଷ୍ଟେସନରେ ଜେରା ଚାଲିଛି । ପୂର୍ବରୁ ଏହି ମାମଲାର ତଦନ୍ତ କରୁଥିବା ଅଧିକାରୀଙ୍କ ସହ ଆଲୋଚନା ପରେ ସୌମ୍ୟଙ୍କ ସରକାରୀ ବାସଭବନରେ ଦୁଇ ଘଂଟା ଧରି ଯାଂଚ କରିଥିଲା କ୍ରାଇମବ୍ରାଂଚ୍ ଟିମ୍ । ଗତକାଲି ଘଟଣା ସଂପର୍କିତ ବିଭିନ୍ନ କାଗଜପତ୍ର ଯାଂଚ କରିଥିଲା ଟିମ୍ ।

Comments are closed.