ରାଜ୍ୟରେ ୨ କୋଟି ଟପିଲା କୋଭିଡ ଟିକାକରଣ, ସ୍ୱାସ୍ଥ୍ୟକର୍ମୀଙ୍କୁ ଶ୍ରେୟ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – କୋଭିଡ ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିିଛି ଓଡିଶା । ରାଜ୍ୟରେ ଦୁଇ କୋଟି ଟପିଛି କୋଭିଡ ଟିକାକରଣ । । ବର୍ତ୍ତମାନ ସୁଦ୍ଧା ୨ କୋଟି ୨୧ ହଜାର ୮୧୪ରୁ ଅଧିକ ଡୋଜ୍ ଟିକା ଦିଆଯାଇଛି । ୧ କୋଟି ୫୩ ଲକ୍ଷ ୮୭ ହଜାର ୫୭୨ ଲୋକ ପ୍ରଥମ ଡୋଜ୍ ଟିକା ନେଇଥିବା ବେଳେ ୪୬ ଲକ୍ଷ ୩୪ ହଜାର ୨୪୨ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି । ରାଜ୍ୟରେ କୋଭିଡ ଟିକାକରଣ ୨ କୋଟି ଟପିଥିବାରୁ ମୁଖ୍ୟମନ୍ତ୍ରୀ ଏହାକୁ ଏକ ଐତିହାସିକ ମାଇଲଖୁଣ୍ଟ ବୋଲି କହିବା ସହ ସ୍ୱାସ୍ଥ୍ୟକର୍ମୀଙ୍କ କଠୋର ପରିଶ୍ରମ ଓ ନିଷ୍ଠାକୁ ପ୍ରଶଂସା କରିଛନ୍ତି ।

Comments are closed.