ଏସିଏଫ ସୌମ୍ୟ ମୃତ୍ୟୁ ମାମଲାରେ କ୍ରାଇମବ୍ରାଂଚ ତଦନ୍ତ ଜୋରଦାର, ଦୁଇ ଡାକ୍ତରଙ୍କୁ ଜେରା

ପାରଳାଖେମୁଣ୍ଡି – ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ କ୍ରାଇମବ୍ରାଂଚ ତଦନ୍ତ ଜାରି ରହିଛି । ତଦନ୍ତ ଜୋରଦାର କରିଛି କ୍ରାଇମବ୍ରାଂଚ୍ । ଆଜି ସିଡିଏମଓ ଅଫିସ ପରିସରରେ ଦୁଇ ଡାକ୍ତରଙ୍କୁ ଜେରା କରାଯାଇଛି । ସୌମ୍ୟଙ୍କୁ ଚିକିତ୍ସା କରିଥିବା ଦୁଇ ଡାକ୍ତର କୃଷ୍ଣଚନ୍ଦ୍ର ବେହେରା ଓ ଅଭିଳାଷ ପଣ୍ଡାଙ୍କୁ ୩ ଘଣ୍ଟା କାଳ ଜେରା କରିଥିଲା କ୍ରାଇମବ୍ରାଂଚ୍ । ଗତକାଲି ଜଗୁଆଳି, ମାଳି ଓ ଜଣେ ବନ କର୍ମଚାରୀଙ୍କୁ ଜେରା କରାଯାଇଥିଲା । ତହସିଲଦାରଙ୍କୁ ମଧ୍ୟ କ୍ରାଇମବ୍ରାଂଚ ପଚରାଉଚରା କରିବା ସମ୍ଭାବନା ରହିଛି । ସୌମ୍ୟରଞ୍ଜନ ପୋଡିହୋଇ ଗୁୁରୁତର ହେବା ପରେ ତାଙ୍କୁ ପ୍ରଥମେ ଚିିକିତ୍ସା ପାଇଁ ପାରଳାଖେମୁଣ୍ଡି ମେଡିକାଲ ନିଆଯାଇଥିଲା । ସେଠାରେ ମାଜିଷ୍ର୍ଟ୍ରେଟ ଭାବେ ପାରଳାଖେମୁଣ୍ଡି ତହସିଲଦାରଙ୍କ ଉପସ୍ଥିତି ରହିଥିଲା ଓ ସୌମ୍ୟଙ୍କ ଜମାନବନ୍ଦୀ ନିଆଯାଇଥିବା ଜଣାପଡିଛି ।

Comments are closed.