ରାଜଧାନୀରୁ ବିପୁଳ ଚୋରା ବ୍ୟାଟେରୀ ଜବତ

ଭୁବନେଶ୍ୱର- ରାଜଧାନୀରୁ ବିପୁଳ ପରିମାଣର ଚୋରା ବ୍ୟାଟେରୀ ଜବତ ହୋଇଛି । ମଂଚେଶ୍ୱର ଅଂଚଳରୁ ଏକ ଟ୍ରକରୁ ୧୫ ଶହରୁ ଅଧିକ ଚୋରା ବ୍ୟାଟେରୀ ଜବତ ହୋଇଛି । ଏହି ମାମଲାରେ ୬ ଜଣଙ୍କୁ ଗିରଫ କରିଛି ମଂଚେଶ୍ୱର ପୋଲିସ । ଟ୍ରକରେ ସେନା ଷ୍ଟିକର ଲଗାଇ ବ୍ୟାଟେରୀଗୁଡିକ ଗଞ୍ଜାମରୁ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିଲା । ଏହି କାରବାରରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି ।

Comments are closed.