ଡିଏମଇଟିଙ୍କ ସୂଚନା : ଆବଶ୍ୟକ ହେଲେ ରାଜ୍ୟରେ ହେବ ସ୍ୱତନ୍ତ୍ର କୋଭିଡ ଶିଶୁ ହସପିଟାଲ

ଭୁବନେଶ୍ୱର – କୋରୋନାର ସମ୍ଭାବ୍ୟ ତୃତୀୟ ପ୍ରବାହରେ ଶିଶୁ ମାନେ ସଂକ୍ରମିତ ହେବା ଆଶଙ୍କା ଅଧିକ । ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ରାଜ୍ୟରେ ୩ ହଜାର ବେଡ୍ ବ୍ୟବସ୍ଥା କରାଯାଇଛି । ଏହି ସଂଖ୍ୟା ବୃଦ୍ଧି ପାଇଁ ପ୍ରୟାସ ଜାରି ରହିଛି ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି । ଯଦି ଆବଶ୍ୟକ ହୁଏ, ତାହା ହେଲେ ସ୍ୱତନ୍ତ୍ର ଶିଶୁ କୋଭିଡ ହସପିଟାଲ ମଧ୍ୟ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । କୋରୋନା ମୃତ୍ୟୁର ଅଡିଟ ସଂପର୍କରେ ଡିଏମଇଟି କହିଛନ୍ତି ଯେ, ଏ ଯାଏଁ ମହାମାରୀ ଯାଇନାହିଁ । ଏ ମଧ୍ୟରେ ପୁରୁଣା ମୃତ୍ୟୁ ତଥ୍ୟ ବି ଆସୁଛି । ମହାମାରୀ ସରିଲା ବେଳକୁ ସଂପୂର୍ଣ୍ଣ ତଥ୍ୟ ଜଣାପଡିବ ବୋଲି ସେ କହିଛନ୍ତି ।

Comments are closed.