ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନବକଳେବର : ଆଜି ମାଲକାନଗିରିରୁ ସ୍ମାର୍ଟ ହେଲଥ କାର୍ଡ ବଂଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହେବ ନବକଳେବର । ଏହି ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଆଜି ଶୁଭାରମ୍ଭ ମାଲକାନଗିରିରୁ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଆଜି ମାଲକାନଗିରି ଗସ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ସକାଳା ସାଢେ ୧୧ଟାରେ ସ୍ୱତନ୍ତ୍ର ହେଲିକପଟର ଯୋଗେ ମାଲକାନଗିରି ଷ୍ଟାଡିୟମରେ ପହଂଚିବେ ମୁଖ୍ୟମନ୍ତ୍ରୀ । ସ୍ଥାନୀୟ ସଂସ୍କୃତି ଭବନରେ ପ୍ରଥମ ପର୍ଯ୍ୟାୟରେ ୧୫୦ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବଂଟନ କରିବେ ମୁଖ୍ୟମନ୍ତ୍ରୀ । ସ୍ମାର୍ଟ ହେଲ୍‌ଥ କାର୍ଡ ଦେବାରେ ଓଡିଶା ହେବ ଦେଶର ପ୍ରଥମ ରାଜ୍ୟ । ଗତ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଂଟନ ନେଇ ଘୋଷଣା କରିଥିଲେ ।

Comments are closed.