ବିଧାନସଭା ଅଧିବେଶନ ପୂର୍ବରୁ ଆସନ୍ତା ୨୭ରେ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ୱର- ସେପଟେମ୍ବର ପହିଲାରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ଏହି ମାସ ୨୭ ତାରିଖରେ ବସିବ ସର୍ବଦଳୀୟ ବୈଠକ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି ବୈଠକ ଡାକିଛନ୍ତି । ଅଧିବେଶନ କାଳରେ ଗୃହକାର୍ଯ୍ୟ କିପରି ସୁରୁଖୁରୁରେ ଚାଲିବ, ସେ ନେଇ ବୈଠକରେ ଆଲୋଚନା ହେବ । ଏଥର ମଧ୍ୟ କୋରୋନା ଗାଇଡଲାଇନ ଅନୁସାରେ ଗୃହକାର୍ଯ୍ୟ ଚାଲିବ । ସେପଟେମ୍ବର ୧ତାରିଖରୁ ୯ ତାରିଖ ଯାଏଁ ଚାଲିବ ମୌସୁମୀ ଅଧିବେଶନ । ସେପଟେମ୍ବର ୩ ତାରିଖକୁ ପ୍ରାଇଭେଟ ମେମ୍ବର୍ସ ବିଜିନେଓ ପାଇଁ ରଖାଯାଇଥିବା ବେଳେ ୫ ତାରିଖ ରବିବାର ପଡୁଛି । ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିଛି ।

Comments are closed.