ଚିକିତ୍ସା ପାଇଁ ଲୋକେ ଜମି ବିକିବା ଓ ପିଲାଙ୍କ ପାଠପଢା ବନ୍ଦ କରିବା ଦୁଃଖଦାୟକ : ମୁଖ୍ୟମନ୍ତ୍ରୀ

ମାଲକାନଗିରି – ମାଲକାନଗିରିରେ ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଚିକିତ୍ସା ପାଇଁ ଲୋକେ ଜମି ବିକନ୍ତି ଓ ପିଲାଙ୍କ ପାଠପଢା ମଧ୍ୟ ବନ୍ଦ କରିଦିଅନ୍ତି । ଏଭଳି ଘଟଣା ତାଙ୍କୁ ଭାରି ଦୁଃଖ ଦିଏ ବୋଲି ନବୀନ କହିଛନ୍ତି । ଲୋକଙ୍କ ଦୁଃଖ ଦୂର କରିବା ପାଇଁ ସ୍ମାର୍ଟ ହେଲ୍‌ଥ କାର୍ଡ ବ୍ୟବସ୍ଥା କରାଯାଇଛି ବୋଲି ଉଦବୋଧନ ଦେଇ ନବୀନ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ସବୁ ଓଡିଶାବାସୀ ତାଙ୍କ ପରିବାର । ମାଲକାନଗିରିର ଜଣେ ଝିଅର ଅନୁରୋଧ ତାଙ୍କୁ ପ୍ରଭାବିତ କରିଥିଲା । ତେଣୁ ସେହି ମାଲକାନଗିରିରୁ ସ୍ମାର୍ଟ କାର୍ଡ ବଂଟନର ଶୁଭାରମ୍ଭ ହେଲା ବୋଲି ନବୀନ କହିଛନ୍ତି । ବିଏସକେୱାଇ ସ୍ମାର୍ଟ କାର୍ଡ ସେପଟେମ୍ବର ପହିଲାରୁ ଲାଗୁ ହେବ ।

Comments are closed.