ରାଜ୍ୟରେ ୧୦ ଲକ୍ଷ ଟପିଲା ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା,ଦିନକରେ ଆଉ ୯୧୧ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଆଉ ୯୧୧ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ସଙ୍ଗରୋଧରୁ ୫୩୧ ଓ ସ୍ଥାନୀୟ ଅଞ୍ଚଳରୁ ୩୮୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୧୧୬ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ । ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ଟପିଛି । ୧୦ ଲକ୍ଷ ୮୪କୁ ବୃଦ୍ଧି ପାଇଛି ମୋଟ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ।

ଦିନକରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୫୨, କଟକରୁ ୮୮, ବାଲେଶ୍ୱରରୁ ୫୧, ଯାଜପୁରରୁ ୪୯, ମୟୂରଭଞ୍ଜରୁ ୩୮, କେନ୍ଦ୍ରାପଡାରୁ ୩୧, ପୁରୀରୁ ୩୦, ଜଗତସିଂହପୁରରୁ ୨୪, ଅନୁଗୁଳରୁ ୨୩, ନୟାଗଡରୁ ୧୯, ଢେଙ୍କାନାଳରୁ ୧୬, ସମ୍ବଲପୁରରୁ ୧୩, ଭଦ୍ରକରୁ ୧୨, ଦେବଗଡରୁ ୧୦, କେନ୍ଦ୍‌ୁଝରରୁ ୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସୁନ୍ଦରଗଡ ଜିଲ୍ଲାରୁ ୮, ରାୟଗଡାରୁ ୭, କଳାହାଣ୍ଡିରୁ ୭, ବରଗଡରୁ ୭, ମାଲକାନଗିରିରୁ ୭, କୋରାପୁଟରୁ ୬, ଗଜପତିରୁ ୬, ବଲାଙ୍ଗିରରୁ ୫, ଗଞ୍ଜାମରୁ ୪, କନ୍ଧମାଳରୁ ୪, ସୁବର୍ଣ୍ଣପୁରରୁ ୩ ଓ ଝାରସୁଗୁଡାରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାଏଁ ୯ ଲକ୍ଷ ୮୩ ହଜାର ୨୪୫ ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି । ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ହେଉଛି ୯ ହଜାର ୪୯୭ ।

Comments are closed.