ରାଜ୍ୟରେ ଆଉ ୬୬ କୋରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ କୋରୋନାରେ ଆଉ ୬୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଡଗତସିଂହପୁରରେ ସର୍ବାଧିକ ୧୧ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କଟକ ଜିଲ୍ଲାରୁ ୧୦, ଢେଙ୍କାନାଳରେ ୮, କେନ୍ଦ୍ରାପଡାରୁ ୭, ଅନୁଗୁଳରୁ ୬ ଓ ଯାଜପୁରରୁ ୬ ରୋଗୀଙ୍କ ମୃତ୍ୟୁ ହୋଇଛି । ଭଦ୍ରକରୁ ୫, ବାଲେଶ୍ୱରରୁ ୪, ଖୋର୍ଦ୍ଧାରୁ ୩, କେନ୍ଦୁଝରରୁ ୨ ଓ ମୟୂରଭଞ୍ଜରୁ ୨ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ କୋଭିଡ ମୃତ୍ୟୁସଂଖ୍ୟା ୭ ହଜାର ୨୮୯କୁ ବୃଦ୍ଧି ପାଇଛି ।

Comments are closed.