ଏସିଏଫ ସୌମ୍ୟ ମୃତ୍ୟୁ ମାମଲାରେ ଡିଏଫଓ ସଂଗ୍ରାମ ବେହେରାଙ୍କୁ କ୍ରାଇମବ୍ରାଞ୍ଚର ଜେରା

ପାରଳାଖେମୁଣ୍ଡି – ବହୁଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ପୋଡି ହୋଇ ପ୍ରାଣ ହରାଇବା ମାମଲାରେ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ଆଜି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ କ୍ରାଇମବ୍ରାଂଚ ଜେରା ଆରମ୍ଭ କରିଛି । କ୍ରାଇମବ୍ରାଂଚର ୪ ଜଣିଆ ଟିମ୍ ଡିଏଫଓଙ୍କୁ ଜେରା କରୁଛି । ପୂର୍ବରୁ ପାରଳା ପୋଲିସ ମଧ୍ୟ ଡିଏଫଓଙ୍କୁ ଜେରା କରିଥିଲା । ଆଜି କ୍ରାଇମବ୍ରାଞ୍ଚ ତଦନ୍ତ ଅଷ୍ଟମ ଦିନରେ ପଂହଚିଛି । ଗତକାଲି ଏହି ମାମଲାରେ ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡାକୁ ଜେରା କରିଥିଲା କ୍ରାଇମବ୍ରାଞ୍ଚ ।

Comments are closed.