ରାଜ୍ୟରେ ୧୦ ଲକ୍ଷ ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ଆଉ ୮୫୩ ନୂଆ ରୋଗୀ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ୧୦ ଲକ୍ଷ ଅତିକ୍ରମ କରିଛି ମୋଟ କୋଭିଡ ପଜିଟିଭ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ୧ ହଜାର ତଳେ ରହିଛି । ଚିହ୍ନଟ ହୋଇଛନ୍ତି ୮୫୩ ନୂଆ କୋରୋନା ପଜିଟିଭ । ଏଥିମଧ୍ୟରେ ରହିଛନ୍ତି ୧୦୦ ଜଣ ୧୮ ବର୍ଷରୁ କମ୍ ବୟସ୍କ । ସଙ୍ଗରୋଧରୁ ୪୯୬ ଏବଂ ସ୍ଥାନୀୟ ଅଞ୍ଚଳରୁ ୩୫୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୯୩୭କୁ ବୃଦ୍ଧି ପାଇଛି ।

ଦିନକରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୮୬, କଟକରୁ ୧୪୦, ବାଲେଶ୍ୱରରୁ ୪୬, ପୁରୀରୁ ୩୫, ଯାଜପୁରରୁ ୩୩, ଜଗତସିଂହପୁରରୁ ୩୨, ଅନୁଗୁଳରୁ ୨୯, ନୟାଗଡରୁ ୨୨, ମୟୂରଭଞ୍ଜରୁ ୨୧, କେନ୍ଦ୍ରାପଡାରୁ ୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମ୍ବଲପୁରରୁ ୧୯, ଭଦ୍ରକରୁ ୧୮, କେନ୍ଦୁଝରରୁ ୧୬, ଦେବଗଡରୁ ୧୩, ବରଗଡରୁ ୧୨, ସୁନ୍ଦରଗଡରୁ ୧୨, ଗଞ୍ଜାମରୁ ୧୧, ଢେଙ୍କାନାଳରୁ ୧୦, ରାୟଗଡାରୁ ୪, କଳାହାଣ୍ଡିରୁ ୩, କୋରାପୁଟରୁ ୩, ଝାରସୁଗୁଡାରୁ ୨, ବଲାଙ୍ଗିରରୁ ୨, ଗଜପତିରୁ ୧, କନ୍ଧମାଳରୁ ୧, ମାଲକାନଗିରିରୁ ୧ ଓ ସୁବର୍ଣ୍ଣପୁରରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବୌଦ୍ଧ, ନୂଆପଡା ଓ ନବରଙ୍ଗପୁର ଜିଲ୍ଲାରୁ କୌଣସି ମାମଲା ଆସିନାହିଁ ।

ରାଜ୍ୟରେ ଏବେ ୯ ହଜାର ୩୦୨ ରୋଗୀ ଚିକିତ୍ସାଧୀନ ଅଛନ୍ତି । ୯ ଲକ୍ଷ ୮୪ ହଜାର ୨୨୪ ଜଣ ସୁସ୍ଥ ହୋଇସାରିଛନ୍ତି ।

Comments are closed.