ରାଜ୍ୟରେ ଆଉ ୬୯ କୋରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ କୋରୋନାରେ ଆଉ ୬୯ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ସଂଗୃହୀତ ତଥ୍ୟ ଅନୁସାରେ ଜଗତସିଂହପୁର ଓ କଟକ ଜିଲ୍ଲାରେ ସର୍ବାଧିକ ୧୩ ଜଣ ଲେଖାଏଁ , ଢେଙ୍କାନାଳରେ ୧୧, କେନ୍ଦ୍ରାପଡା ଓ ଅନୁଗୁଳରେ ୮ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଯାଜପୁରରେ ୫, ବାଲେଶ୍ୱର, ଭଦ୍ରକ ଓ ଖୋର୍ଦ୍ଧା ଜିଲ୍ଲାରେ ୩ ଜଣ ଲେଖାଏଁଙ୍କ ମୃତ୍ୟୁ ହୋଇଥିବା ବେଳେ ନବରଙ୍ଗପୁର ଓ ନୟାଗଡରେ ଜଣେ ଲେଖାଏଁ ରୋଗୀ ପ୍ରାଣ ହରାଇଛନ୍ତି । ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୭ ହଜାର ୩୫୮କୁ ବୃଦ୍ଧି ପାଇଛି ।

Comments are closed.