କରୋନା ଅପଡେଟ୍‌: ଭାରତରେ ଆଉ ୩୦,୯୪୮ ନୂଆ ମାମଲା, ୪୦୩ ମୃତ

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟାରେ ଆଉ ୩୦,୯୪୮ କରୋନା ମାମଲା ରିପୋର୍ଟ କରାଯାଇଛି । ଯାହା ଗତକାଲି ତୁଳନାରେ ୧୦ ପ୍ରତିଶତ କମ୍ । ଦିନକରେ ଏହି ରୋଗରେ ପୁଣି ୪୦୩ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପକ୍ଷେ ଆଉ ୩୦ ହଜାର ୪୮୭ ରୋଗୀ ଏହି ଘାତକ ରୋଗରୁ ସୁସ୍ଥ ହୋଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଦେଶରେ ମୋଟ କରୋନା ମାମଲା ବୃଦ୍ଧି ପାଇ ୩ କୋଟି ୨୪ ଲକ୍ଷ ୨୪ ହଜାର ୨୩୪ରେ ପହଞ୍ଚିଛି । ଏଥିମଧ୍ୟରୁ ୪ ଲକ୍ଷ ୩୪ ହଜାର ୩୬୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ କୋଟି ୧୬ ଲକ୍ଷ ୩୬ ହଜାର ୪୬୯ ଜଣ ସୁସ୍ଥ ହୋଇଛନ୍ତି । ସକ୍ରିୟ ମାମଲା କମିବାରେ ଲାଗିଛି । ଦେଶରେ ଏବେ ମୋଟ ୩ ଲକ୍ଷ ୫୩ ହଜାର ୩୯୮ ଜଣ ସକ୍ରିୟ ରୋଗୀ ଅଛନ୍ତି ।

ଦେଶରେ ଏଯାବତ୍ ମୋଟ ୫୮ କୋଟି ୧୪ ଲକ୍ଷ ୮୯ ହଜାର ୩୭୭ ଟିକା ଡୋଜ୍ ଦିଆଯାଇଛି । ଗତ ୨୪ ଘଣ୍ଟାରେ ଆଉ ୫୨ ଲକ୍ଷ ୨୩ ହଜାର ୬୧୨ ଟିକା ଦିଆଯାଇଛି । ଆଇସିଏମ୍‌ଆର ସୂଚନା ଅନୁଯାୟୀ ଭାରତରେ ଅଗଷ୍ଟ ୨୧ ସୁଦ୍ଧା ୫୦ କୋଟି ୬୨ ଲକ୍ଷ ୫୬ ହଜାର ୨୩୯ ନମୁନା ପରୀକ୍ଷା କରାଯାଇଛି । ଗତକାଲି ୧୫ ଲକ୍ଷରୁ ଅଧିକ ନମୁନାର ପରୀକ୍ଷଣ ହୋଇଥିଲା ।

Comments are closed.