ପଞ୍ଚାୟତ ନିର୍ବାଚନରେ ରହିବ ୫୦ ପ୍ରତିଶତ ସଂରକ୍ଷଣ, ବିଧାନସଭାରେ ଆସିବ ସଂଶୋଧନ ପ୍ରସ୍ତାବ

ଭୁବନେଶ୍ୱର- ଆଗାମୀ ପଞ୍ଚାୟକ ନିର୍ବାଚନରେ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିବ । ଏ ନେଇ ବିଧାନସଭାରେ ସଂଶୋଧନ ପ୍ରସ୍ତାବ ଆଗତ ହେବ ବୋଲି ନଗର ପଂଚାୟତିରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେଡି ପକ୍ଷରୁ ଓବିସି ସଂରକ୍ଷଣ ନେଇ କେନ୍ଦ୍ର ନିକଟରେ ଦାବି କରାଯାଉଛି । କିନ୍ତୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଉନାହାନ୍ତି କି ସଂସଦରେ ବ୍ୟବସ୍ଥା କରୁନାହାନ୍ତି । ବିଜେଡି ଦଳୀୟ ଭିତ୍ତିରେ ୨୭ ପ୍ରତିଶତ ଓବିସି ସଂରକ୍ଷଣ ନେଇ ନିର୍ବାଚନ ଲଢିବ ବୋଲି ମନ୍ତ୍ରୀ କହିଛନ୍ତି ।

Comments are closed.