ରାଜ୍ୟରେ ଆଉ ୬୬ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର – ରାଜ୍ୟରେ ଆଉ ୬୬ ଜଣ କୋରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ସଂଗୃହୀତ ତଥ୍ୟ ଅନୁସାରେ କଟକ ଜିଲ୍ଲାରୁ ସର୍ବାଧିକ ୧୫, ସମ୍ବଲପୁରରୁ ୧୧, ଜଗତସିଂହପୁର ଓ ବରଗଡ ଜିଲ୍ଲାରୁ ୮ ଜଣ ଲେଖାଏଁ ଅଛନ୍ତି । ଯାଜପୁରରୁ ୪ ଓ ବୌଦ୍ଧ ଜିଲ୍ଲାରୁ ୩ ଜଣ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ସୁନ୍ଦରଗଡ, କଳାହାଣ୍ଡି, ଝାରସୁଗୁଡା,ଢେଙ୍କାନାଳ,ଦେବଗଡ ଓ ବଲାଙ୍ଗିର ଜିଲ୍ଲାରୁ ୨ ଜଣେ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଛି । ବାଲେଶ୍ୱର, ଖୋର୍ଦ୍ଧା, ପୁରୀ, ରାୟଗଡା ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ ରୋଗୀ ପ୍ରାଣ ହରାଇଛନ୍ତି । ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ୭ ହଜାର ୬୨୮କୁ ବୃଦ୍ଧି ପାଇଛି ।

Comments are closed.