ଆୟ ବହିର୍ଭୂତ ସଂପତ୍ତି ମାମଲାରେ ଫସିଲେ ବରଗଡ ଜିଲ୍ଲା ବେହେରାପଲ୍ଲୀ ଗ୍ରାମ ପଞ୍ଚାୟତ ପିଇଓ

ବରଗଡ – ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଭିଜିଲାନ୍‌ସ ତଦନ୍ତର ସମ୍ମୁଖୀନ ହୋଇଛନ୍ତି ବରଗଡ ଜିଲ୍ଲା ବେହେରାପଲ୍ଲୀ ଗ୍ରାମ ପଞ୍ଚାୟତର ନିର୍ବାହୀ ଅଧିକାରୀ ଅନୀଲ କୁମାର ପାଢୀ । ଜିଲ୍ଲାର ୩ଟି ସ୍ଥାନରେ ଚଢାଉ କରିଛି ଭିିଜିଲାନ୍ସ । ଏ ପର୍ଯ୍ୟନ୍ତ ଦୁଇ ମହଲା ବିଶିଷ୍ଟ କୋଠା, ଗୋଟିଏ ପ୍ଲଟ୍ ଓ ନଗଦ ୬୯ ହଜାର ଟଙ୍କା ଠାବ କରିଛି ଭିିଜିଲାନ୍ସ । ଚଢାଉ ଜାରି ରହିଛି । ଏ ନେଇ ବିସ୍ତୃତ ସୂଚନାକୁ ଅପେକ୍ଷା କରାଯାଇଛି । ଜଣେ ଡିଏସପି, ତିନି ଇନସପେକ୍ଟର ଓ ଅନ୍ୟ ଭିଜିଲାନ୍ସ କର୍ମଚାରୀଙ୍କୁ ନେଇ ଗଠିତ ତିନିଟି ଟିମ୍ ଚଢାଉ କରିଛି ।

Comments are closed.