ରାଜ୍ୟରେ ଆଉ ୭୭୯ କୋରୋନା ଆକ୍ରାନ୍ତ ଚିହ୍ନଟ, ୧୮ ବର୍ଷରୁ କମ୍ ବୟସର ଆକ୍ରାନ୍ତଙ୍କ ସଂଖ୍ୟା ୧୦୫

ଭୁବନେଶ୍ୱର- ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୭୭୯ ନୂଆ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୪୫୪ ଓ ସ୍ଥାନୀୟ ଅଞ୍ଚଳରୁ ୩୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୧୦୫ ଜଣ ଅଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୮୪, ବାଲେଶ୍ୱରରୁ ୫୯, ପୁରୀରୁ ୩୯, ଯାଜପୁରରୁ ୩୪, ଜଗତସିଂହପୁରରୁ ୩୧, ମୟୂରଭଞ୍ଜରୁ ୨୭, କେନ୍ଦ୍ରାପଡାରୁ ୨୧, ଅନୁଗୁଳରୁ ୨୦, ସୁନ୍ଦରଗଡରୁ ୨୦, ନୟାଗଡରୁ ୧୮, ଭଦ୍ରକରୁ ୧୫, କେନ୍ଦୁଝରରୁ ୧୫, ସମ୍ବଲପୁରରୁ ୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଢେଙ୍କାନାଳରୁ ୯, ଦେବଗଡରୁ ୯, ଗଞ୍ଜାମରୁ ୮, ଝାରସୁଗୁଡାରୁ ୭, ମାଲକାନଗିରିରୁ ୬, ବରଗଡରୁ ୫, କନ୍ଧମାଳରୁ ୫, ରାୟଗଡାରୁ ୪, ବଲାଙ୍ଗିରରୁ ୩, କୋରାପୁଟରୁ ୩, ନୂଆପଡାରୁ ୨, ସୁବର୍ଣ୍ଣପୁରରୁ ୨, ବୌଦ୍ଧରୁ ୨, ଗଜପତିରୁ ୧ ଓ କଳାହାଣ୍ଡିରୁ ଜଣେ ଚିହ୍ନଟ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି ।

ରାଜ୍ୟରେ ଏ ଯାଏଁ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୫ ହଜାର ୬୫୪କୁ ବୃଦ୍ଧି ପାଇଛି । ଏଥିରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ହେଲା ୯ ଲକ୍ଷ ୮୯ ହଜାର ୮୪୦ । ୭ ହଜାର ୯୯୬ ରୋଗୀ ଏବେ ବି ଚିକିତ୍ସାଧୀନ ଅଛନ୍ତି ।

Comments are closed.