ରାଜ୍ୟରେ ୬୩୮ ନୂଆ କୋରୋନା ଆକ୍ରାନ୍ତ, ୧୧୦ ସଂକ୍ରମିତ ୧୮ ବର୍ଷରୁ କମ୍ ବୟସ୍କ

ଭୁବନେଶ୍ୱର- ରାଜ୍ୟରେ ଆଉ ୬୩୮ ନୂଆ କୋରୋନା କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୧୧୦ ଜଣ ଅଛନ୍ତି । ସଙ୍ଗରୋଧରୁ ୩୬୭ ଓ ସ୍ଥାନୀୟ ଅଞ୍ଚଳରୁ ୨୭୧ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬୦, କଟକରୁ ୫୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଯାଜପୁରରୁ ୩୪, ବାଲେଶ୍ୱରରୁ ୨୩, କେନ୍ଦ୍ରାପଡାରୁ ୨୧, ପୁରୀରୁ ୨୧, ମୟରଭଞ୍ଜରୁ ୨୦, ଜଗତସିଂହପୁରରୁ ୧୯, ସୁନ୍ଦରଗଡରୁ ୧୯, ଅନୁଗୁଳରୁ ୧୬, ଭଦ୍ରକରୁ ୧୨, ବୌଦ୍ଧରୁ ୧୨, ଦେବଗଡରୁ ୧୧, ଢେଙ୍କାନାଳରୁ ୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୟାଗଡରୁ ୭, ରାୟଗଡାରୁ ୭, ସମ୍ବଲପୁରରୁ ୭, ବରଗଡରୁ ୬, ଗଞ୍ଜାମରୁ ୪, ଝାରସୁଗୁଡାରୁ ୪, ମାଲକାନଗିରିରୁ ୩, କନ୍ଧମାଳରୁ ୨, କେନ୍ଦୁଝରରୁ ୨, ନୂଆପଡାରୁ ୨, ଗଜପତିରୁ ୧, କଳାହାଣ୍ଡିରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିର, ନବରଙ୍ଗପୁର, କୋରାପୁଟ ଓ ସୁବର୍ଣ୍ଣପୁରରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି ।

ରାଜ୍ୟରେ ଏ ଯାଏଁ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୭ ହଜାର ୭୫୦କୁ ବୃଦ୍ଧି ପାଇଥିବା ବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୯୨ ହଜାର ୪୭୩ । ୭ ହଜାର ୨୫୫ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.