ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ବିଦ୍ୟାଭାରତୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ

କଟକ – ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ସ୍ତ୍ରୀ ବିଦ୍ୟାଭାରତୀଙ୍କୁ ପୁଣି ଥରେ ଜେରା କରାଯିବ । କ୍ରାଇମବ୍ରାଞ୍ଚ ତାଙ୍କୁ ଜେରା କରିବ ବୋଲି ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି । ବିଦ୍ୟା ଭାରତୀଙ୍କୁ ମହିଳା ଅଧିକାରୀମାନେ ଜେରା କରିବେ । ମାମଲାର ତଦନ୍ତ ଦାୟିତ୍ୱ ନେବା ପରଠାରୁ କ୍ରାଇମବ୍ରାଂଚ ପାରଳାଖେମୁଣ୍ଡି ଯାଇ ଡିଏଫଓ ସଂଗ୍ରାମ ବେହେରା ଓ ଆଇଇସି ମମତା ପଣ୍ଡାଙ୍କୁ ଜେରା କରିଛି । ବୁଧବାର କ୍ରାଇମବ୍ରାଞ୍ଚ ଟିମ୍ ସୌମ୍ୟଙ୍କ ପରିବାର ଲୋକଙ୍କୁ ମଧ୍ୟ ଜେରା କରିବ । ଅଭିଯୋଗ କରିଥିବା ବ୍ୟକ୍ତିଙ୍କୁ କ୍ରାଇମବ୍ରାଂଚ ଟିମ୍ ଭେଟିବ ବୋଲି ଏଡିଜି ସଂଜୀବ ପଣ୍ଡା ସୂଚନା ଦେଇଛନ୍ତି । କ୍ରାଇମବ୍ରାଂଚ ଏହି ମାମଲାରେ ଏପର୍ଯ୍ୟନ୍ତ ୧୪ ଜଣଙ୍କୁ ଜେରା କରିସାରିଛି ।

Comments are closed.