ରାଜ୍ୟରେ ୭୧୯ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ୧୨୫ ସଂକ୍ରମିତ ଶିଶୁ ଓ କିଶୋର

ଭୁବନେଶ୍ୱର- ରାଜ୍ୟରେ ଆଉ ୭୧୯ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ କିଶୋର ଓ ଶିଶୁଙ୍କ ସଂଖ୍ୟା ହେଉଛି ୧୨୫ । ସଙ୍ଗରୋଧରୁ ୪୨୨ ଓ ସ୍ଥାନୀୟ ଅଞ୍ଚଳରୁ ୨୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୯ ଓ କଟକରୁ ୮୯ ନୂଆ ପଜିଟିଭ ମାମଲା ଆସିଛି । ବାଲେଶ୍ୱରରୁ ୪୩, ମୟୂରଭଞ୍ଜରୁ ୩୦, କେନ୍ଦ୍ରାପଡାରୁ ୨୮, ଯାଜପୁରରୁ ୨୭, ଜଗତସିଂହପୁରରୁ ୨୩, ଭଦ୍ରକରୁ ୧୯, ସୁନ୍ଦରଗଡରୁ ୧୯, ଅନୁଗୁଳରୁ ୧୮, ପୁରୀରୁ ୧୪, ଢେଙ୍କାନାଳରୁ ୧୪, କେନ୍ଦୁଝରରୁ ୧୩, ସମ୍ବଲପୁରରୁ ୧୨, ନୟାଗଡରୁ ୧୧, ଦେବଗଡରୁ ୯, ବୌଦ୍ଧରୁ ୬, ଗଞ୍ଜାମରୁ ୫, କନ୍ଧମାଳରୁ ୪, କଳାହାଣ୍ଡିରୁ ୩, ବଲାଙ୍ଗିରରୁ ୩, କୋରାପୁଟରୁ ୩, ମାଲକାନଗିରିରୁ ୨, ରାୟଗଡାରୁ ୨, ସୁବର୍ଣ୍ଣପୁରରୁ ୨, ଝାରସୁଗୁଡାରୁ ୨, ନବରଙ୍ଗପୁରରୁ ୧, ବରଗଡରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଜପତି ଓ ନୂଆପଡାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି ।

ରାଜ୍ୟରେ ଏ ଯାଏ ମୋଟ ୧୦ ଲକ୍ଷ ୮ ହଜାର ୪୬୯ ଲୋକ କୋରୋନା ପଜିଟିଭ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୯୩ ହଜାର ୨୩୫ ଜଣ ସୁସ୍ଥ ହୋଇସାରିଛନ୍ତି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ରହିଛି ୭ ହଜାର ୧୫୯ ।

Comments are closed.