କର୍ମଜୀବୀ ମହିଳା ହଷ୍ଟେଲ ପ୍ରତିଷ୍ଠା : ସବୁ ଜିଲ୍ଲାପାଳଙ୍କୁ ରିପୋର୍ଟ ମଗାଯାଇଥିବା ନେଇ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର-ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ କର୍ମଜୀବୀ ମହିଳା ହଷ୍ଟେଲ ଗଠନ ନେଇ ରିପୋର୍ଟ ମଗାଯାଇଛି ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ବିଧାନସଭାରେ କହିଛନ୍ତି । ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ, ଆବଶ୍ୟକତା ଅନୁଯାୟୀ ଜିଲ୍ଲାପାଳମାନେ ରିପୋର୍ଟ ଦେବା ପରେ ହଷ୍ଟେଲ ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ । ସେ କହିଛନ୍ତି ଯେ, ଖୁବ୍ ଶୀଘ୍ର ସୁନ୍ଦରଗଡ, ଯାଜପୁର, ଖୋର୍ଦ୍ଧା, ଗଞ୍ଜାମ ଓ ରାୟଗଡା ଜିଲ୍ଲାରେ କର୍ମଜୀବୀ ମହିଳା ହଷ୍ଟେଲ ନିର୍ମାଣ ହେବ । ଏଥିପାଇଁ ଜମି ଚିହ୍ନଟ ଚାଲିିଛି । ୩୫ ହଜାର ତଳକୁ ଦରମା ପାଉଥିବା କର୍ମଜୀବୀ ମହିଳାମାନେ ଏହି ହଷ୍ଟେଲରେ ରହିବେ । ହଷ୍ଟେଲର ପରିଚାଳନା ପାଇଁ ଜିଲ୍ଲାପାଳ କମିଟି ଗଠନ କରିବେ ବୋଲି ମନ୍ତ୍ରୀ କହିଛନ୍ତି ।

କେନ୍ଦ୍ରୀୟ ଯୋଜନାରେ ଏଭଳି ହଷ୍ଟେଲ ପାଇଁ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ମଗାଯାଇଛି । କଟକରେ ଏବେ ୪ଟି କର୍ମଜୀବୀ ମହିଳା ହଷ୍ଟେଲ ରହିଛି । ଆଗକୁ ଆହୁରି ପ୍ରତିଷ୍ଠା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ୧୧ଟି ଶିଳ୍ପାଞ୍ଚଳରେ ୩ ଶହ ଶଯ୍ୟା ବିିଶିଷ୍ଟ ହଷ୍ଟେଲ ନିର୍ମାଣ ହେବ ।

Comments are closed.