ଜିଲ୍ଲାପାଳ ଜିତିଲେ ରୌପ୍ୟ, ପାରା ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ବୃଦ୍ଧି

ଟୋକିଓ- ପାରା ଅଲିମ୍ପିକ୍ସ ବ୍ୟାଡମିଂଟନରେ ଭାରତକୁ ମିଳିଛି ଆଉ ଏକ ପଦକ । ଯୁବ ଆଇଏଏସ ଅଫିସର ସୁହାସ ୟତିରାଜ ଏସଏଲ-୪ ବର୍ଗ ବ୍ୟାଡମିଂଟନରେ ରୌପ୍ୟ ପଦକ ଜିତିଛନ୍ତି । ଫାଇନାଲରେ ଲଢୁଆ ଖେଳ ପ୍ରଦର୍ଶନ କରିଥିଲେ ମଧ୍ୟ ବିଶ୍ୱ ଚାମ୍ପିଅନ ତଥା ଟପ୍ ସିଡ୍ ଫ୍ରାନସର ଲୁକାସ ମଜୁରଙ୍କଠାରୁ ୨୧-୧୫, ୧୭-୨୧ ଓ ୧୫-୨୧ରେ ପରାସ୍ତ ହୋଇଥିଲେ ସୁହାସ । ଦେଶର ପ୍ରଥମ ଆଇଏଏସ ଅଫିସର ଭାବେ ସେ ପାରା ଅଲିମ୍ପିକ୍ସରେ ପଦକ ଜିତି ଇତିହାସ ରଚିଛନ୍ତି ।
ସୁହାସ ହେଉଛନ୍ତି କର୍ଣ୍ଣାଟକର ବାସିନ୍ଦା । କଂପ୍ୟୁଟର ଇଞ୍ଜିନିୟରିଂ କରିଥିବା ସୁହାସ ପରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇଥିଲେ । ସେ ଉତ୍ତର ପ୍ରଦେଶ କ୍ୟାଡରର ଆଇଏଏସ ଅଫିସର । ବର୍ତ୍ତମାନ ସେ ଗୌତମବୁଦ୍ଧ ନଗରର ଜିଲ୍ଲାପାଳ ଅଛନ୍ତି ।

Comments are closed.