ସ୍କୁଲରେ ସଂକ୍ରମଣ ବଢିବା ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା, କହିଲେ ସର୍ଭିଲାନ୍ସ କଡାକଡି ଛଡା ଅଲଗା ବାଟ ନାହିଁ

ଭୁବନେଶ୍ୱର – ସ୍କୁଲରେ ସଂକ୍ରମଣ ବଢିବା ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ଆଗରୁ ଏହା ଆଶଙ୍କା କରାଯାଉଥିଲା । ଏବେ ବଢୁଛି । କେତେଜଣଙ୍କ ପାଖରେ ଲକ୍ଷଣ ଅଛି ଓ କେତେ ଗୁରୁତର ହୋଇଛନ୍ତି, ତାହା ଦେଖିବାକୁ ପଡିବ ବୋଲି ସେ କହିଛନ୍ତି । ଏବେ ସର୍ଭିଲାନ୍ସ କଡାକଡି କରିବା ବ୍ୟତୀତ ଅଲଗା ବାଟ କିଛି ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । କେଉଁଠି କୋଭିଡ କଟକଣା ଢିଲା ହୋଇଛି କି ନାହିଁ , ତାକୁ ଦେଖିବାକୁ ପଡିବ । ସ୍କୁଲ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି । ଯଦି କାହା ପାଖରେ ଲକ୍ଷଣ ରହୁଛି, ସେମାନ ସ୍କୁଲକୁ ନ ଆସିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

Comments are closed.