ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ କୋରୋନା

ଭୁବନେଶ୍ୱର-ରାଜ୍ୟରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ କୋରୋନା । ବରଗଡର ଏକ ଘରୋଇ ଓ ଢେଙ୍କାନାଳର ସରକାରୀ ସ୍କୁଲରେ ୪୦ ଜଣ ପିଲା କୋରୋନାରେ ଆକ୍ରାନ୍ତ ହୋଇଥିବା ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନାଗର ବ୍ଲକ୍ କାନପୁରା ପଂଚାୟତିରାଜ ଉଚ୍ଚ ବିଦ୍ୟାଳୟ ଓ ବରଗଡର ବିକାଶ ରେସିଡେନସିଆଲ୍ ସ୍କୁଲର ଛାତ୍ରଛାତ୍ରୀ କୋରୋନା ଆକ୍ରାନ୍ତ ହୋଇଛନ୍ତି । କମାକ୍ଷାନଗର ସ୍କୁଲକୁ ୭ ଦିନ ପାଇଁ ବନ୍ଦ କରିଦିଆଯାଇଥିବା ବେଳେ ବରଗଡରେ ମଧ୍ୟ ସ୍କୁଲକୁ ବନ୍ଦ କରିଦିଆଯାଇଛି । ସ୍ଥିତି ନେଇ ବିଚାର ବିମର୍ଷ ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି । ଏଣେ ସ୍କୁଲ୍ ପିଲାଙ୍କୁ ଯେମିତି କୋରୋନା ନ ହୁଏ, ତାହା ଦେଖିବା ଅଭିଭାବକଙ୍କ ପ୍ରାଥମିକ ଦାୟିତ୍ୱ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି । ପିଲାଙ୍କୁ ଥଣ୍ଡା, ଜ୍ୱର ଓ କାଶ ହେଉଥିଲେ, ତାହା ନ ଲୁଚାଇ ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ ଜଣାନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ଡିଏମଇଟି ।

Comments are closed.