ଆସିଲା ନୂଆ ଏସଓପି, ଶ୍ରୀମନ୍ଦିରରେ ରାତି ୯ଟା ଯାଏଁ ମିଳିବ ଜଗା ଦର୍ଶନ, ରବିବାର ଓ ଦିନରେ ମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ

ପୁରୀ – ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ନିମନ୍ତେ ନୂଆ ଏସଓପି ଜାରି ହୋଇଛି । ଏଣିକି ସଂଧ୍ୟା ୭ଟା ବଦଳରେ ରାତି ୯ଟା ଯାଏଁ ମିଳିବ ଦର୍ଶନ । ସୋମବାରୁ ଶନିବାର ଯାଏଁ ଭକ୍ତମାନେ ଦିଅଁ ଦର୍ଶନ କରିପାରିବେ । କିନ୍ତୁ ରବିବାର ବିଶୋଧନ ପାଇଁ ଶ୍ରୀମନ୍ଦିର ଭକ୍ତଙ୍କ ଲାଗି ବନ୍ଦ ରହିବ । ସେପଟେମ୍ବର କୋଭିଡ ଗାଇଡଲାଇନ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି । ଭକ୍ତଙ୍କ ଆରଟି-ପିସିଆର୍ ନେଗେଟିଭ ରିପୋର୍ଟ ପୂର୍ବଭଳି ବାଧ୍ୟତାମୂଳକ ହେବ । ଦୁଇ ଡୋଜ୍ ଟିକାକରଣର ପ୍ରମାଣପତ୍ର ନିୟମ ବି ବଳବତ୍ତର ରହିଛି । ବିଶେଷ ଦିନଗୁଡିକରେ ଶ୍ରୀମନ୍ଦିରରେ ବନ୍ଦ ରହିବ ସାଧାରଣ ଦର୍ଶନ । ଗଣେଶ ପୂଜା, ବିଶ୍ୱକର୍ମା ପୂଜା, ମହାଳୟା, ଦଶହରା, କୁମାର ପୂର୍ଣ୍ଣିମାରେ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲାଯିବ ନାହିଁ । ମନ୍ଦିରରେ କେବଳ ଦୀପଦାନକୁ ଅନୁମତି ଦିଆଯାଇଛି । କିନ୍ତୁ ଭୋଗ ଖାଇପାରିବେ ନାହିଁ ଭକ୍ତ ।

Comments are closed.