ଓଡିଶା ପଂଚାୟତ ଆଇନ ସଂଶୋଧନ ବିଲ୍ ବିଧାନସଭାରେ ପାରିତ

ଭୁବନେଶ୍ୱର- ଓଡିଶା ପଂଚାୟତ ଆଇନ ସଂଶୋଧନ ବିଲ୍ -୨୦୨୧ ବିଧାନସଭାରେ ଗୃହୀତ ହୋଇଛି । ବିଲ୍ ଅନୁସାରେ ମୋଟ ସଂରକ୍ଷଣ ୫୦ ପ୍ରତିଶତ ଭିତରେ ରହିବ । ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦ ପ୍ରତିଶତ ମଧ୍ୟରେ ରହିବ । ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ଭିତରେ ରହିବ ସଂରକ୍ଷଣ ବ୍ୟବସ୍ଥା । ଅନୁସୂଚିତ ଜାତି/ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷଣ ପରେ ଅବଶିଷ୍ଟ ପଛୁଆ ବର୍ଗଙ୍କ ପାଇଁ ରହିବ ।

Comments are closed.