ଶିଶୁଙ୍କ ମଧ୍ୟରେ ବଢୁଛି କୋଭିଡ ସୁସ୍ଥତା ପରହର୍ତ୍ତୀ ଏମଆଇ ସିଂଡ୍ରୋମ, ଚିକିତ୍ସା ନ କଲେ ହୋଇପାରେ ମାରାତ୍ମକ

ଭୁବନେଶ୍ୱର- ପିଲାମାନଙ୍କଠାରେ ଏମଆଇ ସିଂଡ୍ରୋମ ବୃଦ୍ଧି ପାଉଛି । ଉପଯୁକ୍ତ ଚିକିତ୍ସା ନ ହେଲେ ଏହା ପିଲାମାନଙ୍କ ପାଇଁ ଅତି ମାରାତ୍ମକ ହୋଇପାରେ । ତେଣୁ ଲକ୍ଷଣ ଦେଖାଦେବା ମାତ୍ରକେ ଏହାର ଚିକିତ୍ସା କରିବା ଦରକାର ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପରାମର୍ଶ ଦେଇଛନ୍ତି । କୋଭିଡ ସଂକ୍ରମଣର ମାସକ ମଧ୍ୟରେ ଶିଶୁଙ୍କଠାରେ ଏମଆଇ ସିଂଡ୍ରୋମ ବଢୁଛି । ଦ୍ୱିତୀୟ ଲହରୀରେ ବହୁତ ପିଲା ଏମଆଇ ସିଂଡ୍ରୋମ ସହ ହସପିଟାଲ ଆସୁଛନ୍ତି । କୋଭିଡରୁ ସୁସ୍ଥ ହେବା ପରେ ପିଲାଙ୍କର ମୁଣ୍ଡବିନ୍ଧା ଓ ଝାଡାବାନ୍ତି ଭଳି ଲକ୍ଷଣ ରହୁଛି । ଏଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଦରକାର ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଡାକ୍ତରଙ୍କ ପରାମର୍ଶରେ ହସପିଟାଲରେ ଭର୍ତ୍ତି ହେଲେ ମୃତ୍ୟୁହାର କମିବ । ଏହାର ଚିକିତ୍ସା ବ୍ୟବସ୍ଥା ସବୁ ମେଡିକାଲ କଲେଜରେ ରହିଛି । ଖୁବ ଶୀଘ୍ର ସବୁ ହସପିଟାଲରେ ଏହାର ଚିକିତ୍ସା ବ୍ୟବସ୍ଥା ମିଳିବ ବୋଲି ସେ କହିଛନ୍ତି ।

Comments are closed.