ଚିଟଫଣ୍ଡ ସ୍କାମ : ଆନ୍ଧ୍ରର ପୂର୍ବତନ ବିଧାୟକଙ୍କୁ ରିମାଣ୍ଡରେ ନେବା ପାଇଁ ଇଓଡବ୍ଲ୍ୟୁର ଆବେଦନ

ଭୁବନେଶ୍ୱର- ୱେଲଫେୟାର ଚିଟଫଣ୍ଡ୍ ଠକେଇ ମାମଲାରେ ଗିରଫ ଆନ୍ଧ୍ରପ୍ରଦେଶର ପୂର୍ବତନ ୱାଇଏସଆରସିପି ବିଧାୟକ ଏମ. ବିଜୟ ପ୍ରସାଦଙ୍କୁ ରିମାଣ୍ଡରେ ଆଣିବାକୁ ଆବେଦନ କରିଛି କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା –ଇଓଡବ୍ଲ୍ୟୁ । ତାଙ୍କୁ ତିନି ଦିନ ପାଇଁ ରିମାଣ୍ଡରେ ଆଣିବାକୁ ଓପିଆଇଡି କୋର୍ଟରେ ଆବେଦନ କରାଯାଇଛି । ସେ କେତେ ଲୋକଙ୍କୁ ଠକିଛନ୍ତି, ଠକେଇର ପରିମାଣ କେତେ, କେଉଁଠି ଟଙ୍କା ବିନିଯୋଗ କରିଛନ୍ତି , ସିଷ୍ଟର କଂପାନି, ଗ୍ଲାମର ଲିଙ୍କ୍‌, ସ୍ଥାବର ଓ ଅସ୍ଥାବର ସଂପତ୍ତି ଆଦି ନେଇ ଖୋଳତାଡ କରିବ ଇଓଡବ୍ଲୁ । ଦୁଇ ଦିନ ତଳେ ବିଜୟ ପ୍ରସାଦଙ୍କୁ ବିଶାଖାପାଟଣାରୁ ଗିରଫ କରିଥିଲା କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା ।

Comments are closed.