ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ ଜାରି, ୧ ଲକ୍ଷ ୬୮ ହଜାର ୫୩୭ ଛାତ୍ରଛାତ୍ରୀ ନାମଲେଖା ପାଇଁ ମନୋନୀତ

ଭୁବନେଶ୍ୱର – ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ ଜାରି ହୋଇଛି । ପ୍ରଥମ ପର୍ଯ୍ୟାୟରେ ନାମଲେଖା ପାଇଁ ୧ ଲକ୍ଷ ୬୮ ହଜାର ୫୩୭ ମନୋନୀତ ହୋଇଛନ୍ତି । ଯୁକ୍ତ ୩ କଳାରେ ୧ ଲକ୍ଷ ୪୮ ହଜାର ୩୪୯ ପିଲା ଆବେଦନ କରିଥିଲେ । ଭୂଗୋଳରେ ବିଜେବି କଲେଜର କଟ୍ ଅଫ ମାର୍କ ୯୫ ଦଶମିକ ୨୦ ପ୍ରତିଶତ ରହିଥିବା ବେଳେ ପଦାର୍ଥ ବିଜ୍ଞାନରେ ୯୬ ଦଶମିକ ୪୦ ପ୍ରତିଶତ ରହିଛି । ବାଣିଜ୍ୟରେ ବିଜେବି କଲେଜର କଟ୍ ଅଫ ମାର୍କ ୯୨ ପ୍ରତିଶତ ରହିଛି । ଯୁକ୍ତ ତିନି ନାମଲେଖା ପାଇଁ ୨ ଲକ୍ଷ ୪୪ ହଜାର ୨୫୨ ପିଲା ଆବେଦନ କରିଥିଲେ । ନାମଲେଖା ପାଇଁ ଉପଲବ୍ଧ ସିଟ୍ ସଂଖ୍ୟା ରହିଛି ୨ ଲକ୍ଷ ୪୯ ହଜାର ୫୩୯ ସିଟ୍ । ପ୍ରଥମ ପର୍ଯ୍ୟାୟରେ ନାମଲେଖା ପାଇଁ ୧ ଲକ୍ଷ ୬୮ ହଜାର ୫୩୭ ମନୋନୀତ ହୋଇଛନ୍ତି ।

Comments are closed.