ସ୍ବାମୀ-ସ୍ତ୍ରୀ ବିଷ ପିଇ ଜୀବନ ହାରିଲେ

ସାନଖେମୁଣ୍ଡି: ପାରିବାରିକ କଳହ ଗଞ୍ଜାମ ଜିଲ୍ଲାରେ ଆଉ ଏକ ଦମ୍ପତିଙ୍କ ଜୀବନ ନେଇଛି। ମୃତକ ହେଉଛନ୍ତି ସନ୍ତୋଷ ଗୋୖଡ଼ ଏବଂ ନୟନି ଗୋୖଡ଼। ଦୁହେଁ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ସାନଖେମୁଣ୍ଡି ବ୍ଲକ୍ ପୋଡାମାରି ଭଞ୍ଜ ସାହିରେ ଏହି ଦୁଖଦ ଘଟଣା ଘଟିଛି। ସନ୍ତୋଷଙ୍କ ଘରେ ଓ ସ୍ତ୍ରୀ ନୟନିଙ୍କ ଦିଗପହଣ୍ଡି ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ପାଟପୁର ଥାନା ପୁଲିସ ଗାଁରେ ପହଞ୍ଚି ତଦନ୍ତ ଚଳାଇଛି। ଦାମ୍ପତ୍ୟ କଳହ ପରେ ଦୁହେଁ ଏପରି ଚରମ ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି। ଗତ ୫ ତାରିଖରେ ପୋଲସରା ଅଞ୍ଚଳରେ ସ୍ତ୍ରୀକୁ ହତ୍ୟା ପରେ ସ୍ବାମୀ ଆତ୍ମହତ୍ୟା କରିଥିବା ବେଳେ ୮ ତାରିଖରେ ଚମାଖଣ୍ଡି ଅଞ୍ଚଳରେ ଶିଶୁ ପୁତ୍ର ଓ ପତ୍ନୀକୁ ହତ୍ୟା ପରେ ସ୍ବାମୀ ଆତ୍ମହତ୍ୟା କରିଥିଲା।

Comments are closed.