ଆଜିଠୁ ମାଁ ସମଲେଇ ମନ୍ଦିରରେ ଲାଇଟ ଓ ସାଉଣ୍ଡ ସୋ, ଶବ୍ଦ ଓ ଆଲୋକରେ ଶୁଭିବ ସମ୍ବଳ ମାଟିର ବୀର ଗାଥା

ସମ୍ବଲପୁର; ସମ୍ବଲପୁରର ବୀର ମାଟିର ଇତିହାସ ସହିତ ଏହାର ରୁଦ୍ଧିମନ୍ତ ସଂସ୍କ୍ରୁତିର ଝଲକ ଏଣିକି ମାଁ ସମଲେଇ ମନ୍ଦିରରେ ଗୁଞ୍ଜରିତ ହେବ । ଆଜି ଠାରୁ ବହୁ ପ୍ରତୀଖୀତ ସାଉଣ୍ଡ ଓ ଲାଇଟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିବାକୁ ଯାଉଛନ୍ତି ।

ଗତ ୨୦୧୭ ମସିହାରେ କୋଣାର୍କ ପରି ସମଲେଇ ମନ୍ଦିରରେ ବି ଶବ୍ଦ ଓ ଆଲୋକ ବ୍ୟବସ୍ଥା ପାଇଁ ଘୋଷଣା କରିଥିଲେ । ଏଥିପାଇଁ ୭ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା । ତେବେ କୋଭିଡ ପାଇଁ ଏହାର ନିର୍ମାଣ କାମରେ ବିଳମ୍ବ ହୋଇଥିଲା । ଗତବର୍ଷ ପ୍ରକଳ୍ପର କାମ ଆରମ୍ଭ ହୋଇଥିଲା । ଆଉ ପ୍ରାୟ ମାସେ ତଳୁ ଏହାର ଟ୍ରାଏଲ୍ ଆଣ୍ଡ ରନ୍ ବି ଶେଷ ହୋଇଥିଲା । ଆଉ ଆଜି ଏହାର ଲୋକାର୍ପଣ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ହେବାକୁ ଯାଉଛି ।

ସମ୍ବଲପୁର ତଥା ପଶ୍ଚିମ ଓଡିଶାର ଗୌରବମୟ ଇତିହାସ, ସମଲେଶ୍ବରୀ ମନ୍ଦିରର ପ୍ରତିଷ୍ଠା ଇତିହାସ ସମେତ ଏହି ଅଞ୍ଚଳର ସାଂସ୍କ୍ରୁତିକ ବିଭବକୁ ଶବ୍ଦ ଓ ଆଲୋକ ବ୍ୟବସ୍ଥା ମାଧ୍ୟମରେ ପରସିବାକୁ ଏହି ଯୋଜନା ହୋଇଥିଲା । ଏଥିପାଇଁ ହିନ୍ଦୀ, ଇଂରାଜି ଓ ଓଡିଆ ଆଦି ୩ଟି ଭାଷାରେ ଅଭିଜ୍ଞ ଶିଳ୍ପୀଙ୍କ ଦ୍ବାରା ବର୍ଣନା ରେକର୍ଡିଂ କରାଯାଇଛି । ସେହିପରି ସମଲେଇ ମନ୍ଦିର ସମେତ ହାତୀଦ୍ବାର ଏବଂ ଏହାର କ୍ୟାମ୍ପସ୍ ର ବିଭିନ୍ନ ସ୍ଥାନରେ ୪ଟି ପ୍ରୋଜେକ୍ଟର ଖଞ୍ଜାଯାଇଛି । ମନ୍ଦିର ଏବଂ ଏହାର ଚାରିପଟରେ ଆଲୋକ ଦ୍ବାରା ବିଭିନ୍ନ ପ୍ରତିଛବିକୁ ବିଚ୍ଛୁରିତ କରିବା ସହିତ ପ୍ରସଂଗ ଅନୁଯାୟୀ ବର୍ଣନା ବି ଚାଲିବ । ପ୍ରତିଦିନ ଏହା ସନ୍ଧ୍ୟାରେ ଅଧ ଘଣ୍ଟା ପାଇଁ ସୋ ଚାଲିବାକୁ ଥିବା ବେଳେ ପର୍ଯ୍ୟଟକଙ୍କୁ ଏହା ଆକର୍ଷିତ କରିବ ବୋଲି ଆଶା କରାଯାଉଛି ।

Comments are closed.